Only for Entertainment

କାହିଁକି ଶୋ’ରେ କାଜୋଲ ଏବଂ ଅଜୟ ଦେବଗନଙ୍କୁ କ୍ଷମା ମାଗିଲେ କରଣ ଜୋହର ।

aajtak
27

କରଣ ଜୋହରଙ୍କ ଶୋ କଫି ୱିଦ କରନରେ ସେଲିବ୍ରେଟୀମାନେ ନିଜ ଜୀବନର ରାଜ ଖୋଲନ୍ତି ।ନିକଟରେ ଅତିଥି ଭାବରେ ବଲିଉଡ ସିଙ୍ଘମ ଅଜୟ ଦେବଗନ ଏବଂ ପତ୍ନୀ କାଜୋଲ ପହଂଚିଥିଲେ ।ଶୋ’ରେ ଉଭୟଙ୍କ କିଛି ସିକ୍ରେଟ ସାମ୍ନାକୁ ଆସିଲା ।ତେବେ ଦୁଇଜଣଙ୍କର ଶୋ’କୁ ଆସିବା କରଣଙ୍କ ପାଇଁ କୌଣସି ସରପ୍ରାଇଜ ଠାରୁ କମ ନୁହେଁ ।ଏହାର କାରଣ ହେଉଛି ଗତ କିଛି ଦିନ ହେବ କରଣ ଏବଂ କାଜୋଲଙ୍କ ମଧ୍ୟରେ ହୋଇଥିବା ମନମାଳିନ୍ୟ ।ଦୁଇଜଣଙ୍କର ବନ୍ଧୁତା ଏବଂ ପ୍ୟାଚ ଅପ ହେବାର କିଛି କାରଣ ମଧ୍ୟ ସାମ୍ନାକୁ ଆସିଲା ।ତେବେ ଶୋ’ରେ ପହଂଚି ଉଭୟ ପରସ୍ପର ମଧ୍ୟରେ ବନ୍ଧୁତା ପୂର୍ବଭଳି ଥିବାର ପ୍ରମାଣ ଦେଇଛନ୍ତି ।

ବାସ୍ତବରେ କରଣ ଶୋ’ଆରମ୍ଭରେ ଅଜୟ ଏବଂ କାଜୋଲଙ୍କୁ କ୍ଷମା ମାଗିଲେ,କାରଣ ହେଉଛିଯେ ସେ ତାଙ୍କ ବହିରେ ଏହି ଝଗଡ଼ା ବିଷୟରେ ଲେଖିଛନ୍ତି ।ଏହି ଦୁଇଜଣଙ୍କ ମଧ୍ୟରେ ମନମାଳିନ୍ୟ ଏ ଦିଲ ହେ ମୁଶକିଲ ଏବଂ ଶିବାୟ ସୁଟିଂ ସମୟରେ ହୋଇଥିଲା । ଦୁଇ ଜଣଙ୍କ ମଧ୍ୟରେ କଥା ବାର୍ତ୍ତା ବନ୍ଦ ହୋଇ ଯାଇଥିଲା । ତେବେ ଅଜୟ କହିଲେଯେ ମୁଁ ଚାହୁଁଥିଲି କରଣ ଏବଂ କାଜୋଲ ଖୁବଶୀଘ୍ର କଥା ହୋଇଯାଆନ୍ତୁ ।

ଏହି ମଧ୍ୟରେ ଅନ୍ୟ ଏକ କଥା ମଧ୍ୟ ସାମ୍ନାକୁ ଆସିଲା । ଯେତେବେଳେ କରଣ କାଜୋଲଙ୍କୁ ପ୍ରଶ୍ନ କଲେଯେ ଆପଣ ଏଭଳି ଜଣେ ହିରୋଇନଙ୍କ ନାମ କୁହନ୍ତୁ ,ଯାହାଙ୍କ ବିଷୟରେ ଆପଣ କେବେ ମଧ୍ୟ ଭାବି ନଥିଲେଯେ ଆପଣ ତାଙ୍କ ସହିତ ବନ୍ଧୁତା କରିପାରିବେ ।ପ୍ରତ୍ତ୍ୟୁତରରେ କାଜୋଲ କହିଲେଯେ କରିସ୍ମା । ମୁଁ କେବେ ମଧ୍ୟ ଭାବି ନଥିଲିଯେ ଆମେ ଦୁଇ ଜଣ କେବେ ସାଙ୍ଗ ହୋଇପାରିବୁ । କିନ୍ତୁ ଏବେ ଯେବେ ମଧ୍ୟ ଦେଖାହୁଏ ଆମେ ଭଲ ଭାବରେ କଥା ହେଉ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More