କାହିଁକି ନିଜ ଠାରୁ ୧୦ ବର୍ଷ ବଡ଼ ସୈଫଙ୍କୁ ବିବାହ କରିଛନ୍ତି କରୀନା?
ଆପଣଙ୍କ ମନକୁ ନିହାତି ଭାବରେ ଏହି କଥା ଆସିଥିବଯେ କାହିଁକି ନିଜ ଠାରୁ ୧୦ ବର୍ଷ ବଡ଼ ସୈଫଙ୍କୁ ବିବାହ କରିଛନ୍ତି ବଲିଉଡ ସୁନ୍ଦରୀ କରୀନା କପୁର । ତେବେ କେବଳ ଆପଣ ନୁହଁନ୍ତି ଅଧିକାଂଶ ବ୍ୟକ୍ତିଙ୍କ ମନରେ ଏହି ପ୍ରଶ୍ନ ନିହାତି ଭାବରେ ଉଙ୍କି ମାରୁଥିବ । ତେବେ ଆଜି ଆମେ ଆପଣଙ୍କର ଏହି ସନ୍ଦେହ ନିହାତି ଭାବରେ ଦୂର କରିଦେବୁ । ଆସନ୍ତୁ ଜାଣିବା ଏହା ପଛା ସତ୍ୟତା । କରୀନା ଏକ ସାକ୍ଷାତକାରରେ ଯୋଗ ଦେଇଥିବା ବେଳେ ତାଙ୍କୁ ସୈଫ୍ଙ୍କୁ ବିବାହ କରିବାର କାରଣ ପଚରା ଯାଇଥିଲା ।
ଯାହାର ଉତ୍ତରରେ,”ମୋତେ ମୋ ଭଳି ଜୀବନସାଥୀ ଦରକାର ଥିଲା । ଯିଏ ଅନ୍ୟମାନଙ୍କ ଅପେକ୍ଷା ନିଜ ମନର କଥା ଶୁଣୁଥିବ । ସେ ଗୁଣ ମୋତେ ସୈଫ୍ଙ୍କ ଭିତରେ ନଜର ଆସିଥିଲା । ଯାହା ପାଇଁ ମୁଁ ତାଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲି । ଏମିତିକି ସୈଫ୍ଙ୍କୁ ବିବାହ କରିବା ପାଇଁ ମୁଁ ଘରୁ ଲୁଚି ପଳାଇବାର ଯୋଜନା କରିଥିଲି । ବିବାହକୁ ମିଡିଆରେ ଚର୍ଚ୍ଚାର ବିଷୟ କରିବାକୁ ଚାହୁଁ ନଥିବାରୁ ମୁଁ ଘର ଲୋକଙ୍କୁ ଧମକ ଦେଇଥିଲି । ଯଦି ବିବାହକୁ ନେଇ ଅଧିକ ଚର୍ଚ୍ଚା ହୁଏ ତେବେ ମୁଁ ଘରୁ ଲୁଚି ପଳାଇବା ସହ ବିବାହ କରିବି” ବୋଲି କହିଥିଲେ କରୀନା ।