Only for Entertainment

ଅଭିନୟ ଛାଡ଼ି କାହିଁକି ରାଜନୀତିରେ ପାଦ ଦେଲେ ସୁନ୍ଦରୀ ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜହାଁ?

aajtak
44

ଅଭିନେତ୍ରୀ ନୁସରତ ଜହାଁ ଯେତେବେଳେ ଅଭିନୟ ଛାଡ଼ି ରାଜନୀତିରେ ପ୍ରବେଶ କଲେ ଅଧିକାଂଶ ଲୋକଙ୍କୁ ତାଙ୍କର ଏହି ନିଷ୍ପତ୍ତିକୁ ନେଇ ଆଶ୍ଚର୍ଯ୍ୟ ଲାଗିଲା । ଅବଶ୍ୟ ଏବେ ସେ ପଲିଟିକ୍ସ ଏବଂ ଏଂଟରଟେନମେଂଟ ଇଣ୍ଡଷ୍ଟ୍ରିର ଧ୍ୟାନ ନିଜ ଆଡ଼କୁ ସମାନ ଭାବରେ ଟାଣି ନେଇଛନ୍ତି । ନିକଟରେ ଏକ ଇଂଟରଭ୍ୟୁରେ କାହିଁକି ରାଜନୀତିରେ ପ୍ରବେଶ କରିବାର ନିଷ୍ପତ୍ତି ନେଲେ କହିଛନ୍ତି ନୁସରତ ।

ନୁସରତଙ୍କ କହିବା ଅନୁସାରେ ରାଜନୀତିରେ ରହିଲେ ଏକ ବଡ଼ ସ୍କେଲରେ କାମ କରି ହେବ । ନିଜ ସ୍ୱର ଉଠାଇ ହେବ । ଲୋକଙ୍କ ସ୍ୱରକୁ ଦୁନିଆ ସାମ୍ନାରେ ଉପସ୍ଥାପନା କରି ହେବ । ଯୁବ ମାନଙ୍କର କେତେକ ସମସ୍ୟା ରହିଛି ଯାହାର ସମାଧାନ ଯୁବ ନେତାଙ୍କ ନିକଟରେ ରହିଛି, ସେ ସବୁକୁ ଭଲ ଭାବରେ ବୁଝି ହେବ ଏବଂ ସମାଧାନର ରାସ୍ତା ବାହାର କରିହେବ ।

ଏହି ଇଂଟରଭ୍ୟୁରେ ନୁସରତ କହିଛନ୍ତିଯେ ସେ ନିଜକୁ ଲୋକଙ୍କ ନେତା କହିବା ଠାରୁ ଅଧିକ ଲୋକଙ୍କ ପ୍ରତିନିଧି କହିବାକୁ ପସନ୍ଦ କରିବେ । ଏହା ସହିତ ସେ କହିଛନ୍ତିଯେ ମୁଁ ସାମାନ୍ୟ ମାତ୍ର, କେବଳ ସଂସଦରେ ଲୋକ ମାନଙ୍କ କଥା ଏବଂ ଦୁନିଆର କଥା ଉପସ୍ଥାପନା କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More