Only for Entertainment

ଫିଲ୍ମ ଭାରତ ଛାଡ଼ିବାର ବହୁ ଦିନ ପରେ କାରଣ ଜଣାଇଲେ ପ୍ରିୟଙ୍କା ଚୋପ୍ରା । ବିବାହ ନୁହେଁ ଏହା ଥିଲା ପ୍ରକୃତ କାରଣ ।

33

ଗତ ବର୍ଷ ୨୦୧୮ରେ ଯୋଦ୍ଧପୁରର ଉମେଦ ଭବନରେ ବିବାହ କଲେ ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟ୍ଙ୍କା ଚୋପ୍ରା । କିନ୍ତୁ ଗତବର୍ଷ ସବୁଠାରୁ ଚର୍ଚ୍ଚାର ବିଷୟ ଥିଲା ପ୍ରିୟଙ୍କା ଫିଲ୍ମ ଭାରତ ଛାଡ଼ିବ । ଯେଉଁଥିପାଇଁ ଏବେ ମଧ୍ୟ ସଲମାନ ବାରମ୍ବାର ମିଡିଆ ସାମ୍ନାରେ ବିବାଦୀୟ ମତ ଦେଉଛନ୍ତି । ସେ ଯାହା ହେଉ ସମସ୍ତେ ଜାଣିଥିଲେଯେ ପ୍ରିୟଙ୍କା ନିକଙ୍କ ସହିତ ବିବାହକୁ ନେଇ ଫିଲ୍ମ ଛାଡ଼ିଥିଲେ, କିନ୍ତୁ ଏହା ପ୍ରକୃତ କାରଣ ନଥିଲା । ଏବେ ନିଜେ ପ୍ରିୟଙ୍କା ଏହି କଥାର ଖୁଲାସା କରିଛନ୍ତି । ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’ରେ କାମ କରିବା ପାଇଁ ସେ ଫିଲ୍ମ ‘ଭାରତ’ ଛାଡ଼ିଥିଲେ ବୋଲି କହିଛନ୍ତି ପ୍ରିୟଙ୍କା । ‘ଦ ସ୍କାଏ ଇଜ୍‌ ପିଙ୍କ’ର ସୁଟିଂର ଶେଷ ଦିନ ରଖା ଯାଇଥିବା ପାର୍ଟିରେ ଯୋଗ ଦେଇ ଏହି ଖୁଲାସା କରିଛନ୍ତି ପ୍ରିୟଙ୍କା ।

 

ତାଙ୍କ କହିବା ଅନୁଯାୟୀ, “ମୁଁ କ’ଣ ପାଇଁ ଭାରତ ଛାଡ଼ିଲି ବୋଲି ସମସ୍ତେ ମୋତେ ପ୍ରଶ୍ନ କରି ଆସିଛନ୍ତି? ମୁଁ କ’ଣ ପାଇଁ ନାଚିବା ଗାଇବା ଭଳି ଫିଲ୍ମ ଛାଡ଼ି ଦେଲି, ସେ ନେଇ ଅନେକ ପ୍ରଶ୍ନର ସାମ୍ନା ମୋତେ କରିବାକୁ ପଡ଼ିଛି । ମୁଁ ବିବାହ କରିବା ପାଇଁ ଫିଲ୍ମ ଛାଡ଼ିଥିଲି ବୋଲି ସମସ୍ତେ ଭାବି ନେଇଥିବା ବେଳେ ମୁଁ କିନ୍ତୁ ସୋନାଲୀ ବୋଷଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’ରେ କାମ କରିବା ପାଇଁ ‘ଭାରତ’ ଛାଡ଼ିଥିଲି । କାରଣ ସୋନାଲୀ ବୋଷଙ୍କ କାହାଣୀ ମୋତେ ଖୁବ୍‌ ପସନ୍ଦ ଆସିଥିଲା।”

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More