Only for Entertainment

କାହିଁକି ‘ଗୋଲମାଲ୍‌’ ସିରିଜ୍‌ରୁ ଆଉଟ୍‌ ହୋଇଥିଲେ ଶରମନ ଯୋଶୀ?

dna india
57

‘ଗୋଲ୍‌ମାଲ୍‌-ଫନ୍‌ ଅନ୍‌ଲିମିଟେଡ୍‌’ରେ ଶରମନ୍‌ ଯୋଶୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ଏହାର ସିକ୍ୱଲରେ ଅଜୟ ଦେବଗନ୍‌,ଅରସାଦ ଓ୍ଵାରସୀ ଓ ତୁଷାର କପୁରଙ୍କୁ ନିଆଯାଇଥିଲା। ଏଥିରେ ଶରମନ ଯୋଶୀଙ୍କୁ ଦେଖିବାକୁ ମିଳି ନଥିଲା। ତାଙ୍କ ସ୍ଥାନରେ ଶ୍ରେୟସ ତଲପଡେଙ୍କୁ ନିଆଯାଇଥିଲା। ଏହି ଫିଲ୍ମ ବି ସୁପରହିଟ୍‌ ହୋଇଥିଲା।

ଏହି ଫିଲ୍ମର କାଷ୍ଟିଂ ସମୟରେ ବଲିଉଡରେ ଚର୍ଚ୍ଚା ହେଲା ଯେ ଶରମନ୍‌ ଯୋଶୀ ନିଜର ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଏ ଖବର ପାଇବାପରେ ପ୍ରଯୋଜକ ଶରମନଙ୍କ ମ୍ୟାନେଜରଙ୍କ ସହିତ କଥା ହୋଇଥିଲେ। କିନ୍ତୁ ପରେ ସେଥିରୁ ଶରମନଙ୍କୁ ଆଉଟ କରାଗଲା ବୋଲି କୁହାଗଲା।

ଶରମନ୍‌ଙ୍କ ଅନୁଯାୟୀ ଏ ଖବର ପାଇବା ମାତ୍ରେ ସେ ପ୍ରଯୋଜକଙ୍କୁ ଭେଟି ବିନତି କରିଥିଲେ କି ତାଙ୍କୁ ‘ଗୋଲମାଲ୍‌’ ସିରିଜ୍‌ରୁ ଆଉଟ୍‌ ନ କରନ୍ତୁ। କିନ୍ତୁ ସେ ତାଙ୍କ କଥା ଶୁଣି ନଥିଲେ।

ଏଥିରେ ନିର୍ଦ୍ଦେଶକ ରୋହିତ ସେଟ୍ଟି ଓ ହିରୋ ଅଜୟ ଦେବଗନଙ୍କର ହାତ ଥିଲା ବୋଲି ପ୍ରଶ୍ନ କରାଯିବାରୁ ଶରମନ୍‌ କହିଛନ୍ତି ଯେ,ସେ ଏ ବିଷୟରେ ଠିକ୍‌ ଭାବେ ଜାଣନ୍ତି ନାହିଁ।

ନିକଟରେ ‘କାଶୀ’ଫିଲ୍ମର ପ୍ରମୋସନ୍‌ ବେଳେ ଶରମନ୍‌ ଯୋଶୀ ଏହି କଥାର ଖୁଲାସା କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More