Only for Entertainment

କାହିଁକି ଘର ନିକଟରେ ତେନ୍ତୁଳି ଗଛ ରଖିବାକୁ ମନା କରାଯାଏ?

133

ବିଭିନ୍ନ ସମୟରେ ଘର ଉପରକୁ କିଛି ଖରାପ ପ୍ରଭାବ ନ ପଡ଼ୁ ସେଥିପ୍ରତି ଧ୍ୟାନ ଦିଅଯାଏ । ଏହାକୁ ନେଇ କଥା ମଧ୍ୟ ରହିଛି । ଗଛ ଳଗାଇବା ଭଲ । କିନ୍ତୁ ଯଦି ଆମେ ଘର ନିକଯଷର ତୁଳସୀ ଏବଂ ମନି ପ୍ଲାଂଟ ଆଦି ଗଛ ଲଗାଉଛୁ ଏହାକୁ ଶୁଭ ବୋଲି କୁହାଯାଉଛି । କିନ୍ତୁ ତେନ୍ତୁଳି ଗଛକୁ ନେଇ ରହିଛି କିଛି ଭିନ୍ନ କଥା ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ବା ବଗିଚାରେ କଣ୍ଟାଯୁକ୍ତ ଗଛ ଲଗାଇବା ଉଚିତ ନୁହେଁ। ଯେଉଁ ଗଛରୁ କ୍ଷୀର ବାହାରେ, ସେସବୁ ଗଛକୁ ମଧ୍ୟ ଘର ବା ବଗିଚାରେ ଲଗାଇବାକୁ ବାରଣ କରାଯାଇଛି। ଏପରିସବୁ ଗଛ ଘର ଭିତରକୁ ନକାରାତ୍ମକ ଶକ୍ତି ପ୍ରବେଶରେ ସହାୟକ ହୋଇଥାଏ। ଘରର ସଦସ୍ୟଙ୍କ ଦେହ ମଧ୍ୟ ଅସୁସ୍ଥ ରହିଥାଏ।ସ୍ତୁଶାସ୍ତ୍ର ଅନୁଯାୟୀ, ବୋନ୍‌ସାଇ ଗଛ ଘରେ ଲଗାଇବା ଦ୍ୱାରା, ପରିବାର ସଦସ୍ୟଙ୍କ ଭାଗ୍ୟୋଦୟରେ ବାଧା ଉପୁଜିଥାଏ। ଘରେ ସବୁବେଳେ ଅଭାବ ମଧ୍ୟ ଲାଗି ରହିଥାଏ।କୁହାଯାଏ, ତେନ୍ତୁଳି ଓ ମେହେନ୍ଦୀ ଗଛରେ ନକାରାତ୍ମକ ଶକ୍ତି ବାସ କରିଥା’ନ୍ତି। ତେଣୁ ଘରେ ଏହି ଦୁଇ ଗଛ ଲଗାଇବା ଅଶୁଭ ଫଳ ଦେଇଥାଏ। ଏହାଦ୍ୱାରା ଘରେ ଅଯଥାରେ ଝଗଡା ମଧ୍ୟ ଲାଗିରହେ। ଘରେ ଡେଡ୍‌ ପ୍ଲାଣ୍ଟ୍‌ ବା ମୃତ ଗଛ ରଖିଲେ, ନକାରାତ୍ମକ ଶକ୍ତିଙ୍କ ପାଇଁ ପ୍ରବେଶ କରିବା ସହଜ ହୋଇଥାଏ। ଏହାବ୍ୟତୀତ ମୃତ ଗଛ ଅମ୍ଳଜାନ ଛାଡ଼ିବା ବଦଳରେ କାର୍ବନ୍‌ ଡାଇଅକ୍‌ସାଇଡ୍ ଛାଡ଼ିଥାନ୍ତି। ଏହାର ପ୍ରତିକୂଳ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More