Only for Entertainment

କିଶୋର ଅବସ୍ଥାରେ କାହିଁକି ଲାଗିଥାଏ ଅଧିକ ରାଗ ?

google
75

କିଶୋର ଅବସ୍ଥା ଏକ ଏଭଳି ବୟସ ଅଟେ ଯେତେବେଳେ ଶରୀର ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଥାଏ । ଏହା ଏପରି ସମୟ ଅଟେ ଯେତେବେଳେ ଶିଶୁ ବୟସ୍କତାରେ ପାଦ ବଢାଇଥାଏ, ଏହି ସମୟରେ ଅନେକ ହର୍ମୋନାଲ ପରିବର୍ତ୍ତନ ଦେଖାଦେଇଥାଏ । ଯେଉଁ କାରଣରୁ ଚିନ୍ତାଧାରାରେ ପରିବର୍ତ୍ତନ, କ୍ରୋଧ ଏବଂ ଚିଡାପଣ ଦେଖା ଦେଇଥାଏ । ଏକ କିଶୋର ଶିଶୁକୁ ସମ୍ଭାଳିବା ଏବଂ ବୁଝିବା ମା-ବାପାଙ୍କ ପକ୍ଷେ ଏତେ ସହଜସାଧ୍ୟ ନୁହେଁ । ଖାସ କରି ଶିଶୁର କ୍ରୋଧକୁ ସମ୍ଭାଳିବା ଏତେ ସହଜ କଥା ନୁହେଁ । ହୁଏତ ଏହା କଠିନ କାର୍ୟ୍ୟ ହୋଇଥା, ପରେ ମାତ୍ର ଏହାକୁ ସମ୍ଭାଳିବା ଲାଗି ଏଠାରେ ଟିପ୍ସ ବତାଇବୁ ଯାହାଦ୍ୱାରା ଆପଣ ଆପଣଙ୍କ ଶିଶୁର କ୍ରୋଧକୁ ସମ୍ଭାଳିବା ସହଜ ସାଧ୍ୟ ହୋଇଯିବ । ବୁଝିବା, ଧେର୍ୟ୍ୟ ଧରିବା ଏବଂ ଦେଖାଶୁଣା କରିବା ଏକ ଏଭଳି ଗୁଣ ଅଟେ ଯାହା ଆପଣଙ୍କ ଶିଶୁକୁ ସମ୍ଭାଳିବା ସହ ସେମାନଙ୍କ ସହିବା କ୍ଷମତାକୁ ସଂଚାଳିତ କରିବାରେ ସହାୟକ ହେବ ।

ସର୍ବପ୍ରଥମେ ଆପଣ ତାଙ୍କୁ କ୍ରୋଧ ଏକ ସାମାନ୍ୟ ଭାବନା ବୋଲି ଅନୁଭବ କରାଇବା ଉଚିତ, କିନ୍ତୁ ଏହାକୁ ଉଚିତ ସ୍ତରରେ ନିୟନ୍ତ୍ରିତ କରିବା ଆବଶ୍ୟକ ।

ଏଠାରେ କିଛି ଟିପ୍ପଣୀ ଦିଆଯାଇଛି ଯାହା ଜରିଆରେ ଆପଣଙ୍କ ଶିଶୁର କ୍ରୋଧକୁ କମାଇବାରେ ସାହାର୍ୟ୍ୟ କରିବ :

୧. ଆପଣ ଆପଣଙ୍କ ଶିଶୁକୁ ରାଗ ଏବଂ ଆକ୍ରମଣ ସମ୍ବନ୍ଧରେ ରହିଥିବା ପାର୍ଥକ୍ୟକୁ ବୁଝାନ୍ତୁ । ଆକ୍ରମଣ କେବଳ ନକାରାତ୍ମକ ଶକ୍ତିକୁ ବୃଦ୍ଧି କରିଥାଏ ବୋଲି ଅନୁଭବ କରାନ୍ତୁ, ଯାହାଫଳରେ ସେମାନଙ୍କୁ ଚିନ୍ତା ଗ୍ରାସ କରିଥାଏ । ତେଣୁ ଭାବନାକୁ ନିୟନ୍ତ୍ରଣ କିପରି ରଖାଯାଇ ପାରିବ ସେ ସମ୍ପର୍କରେ ଶିକ୍ଷା ଦେବା ଆବଶ୍ୟକ ।

୨. ଯେତେବେଳେ ଆପଣଙ୍କ ଶିଶୁକୁ ରାଗ ଆସିଥାଏ ସେହି ସମୟରେ ସେମାନେ ଗଭୀର ନିଶ୍ୱାସ ନେବା ଆବଶ୍ୟକ ଏବଂ ୧୦ପର୍ୟ୍ୟନ୍ତ ଗଚ୍ଚିବା ଉଚିତ । ଏହା କରିବା ମନ ଶାନ୍ତ ହୋଇଥାଏ । ଏବଂ ଏକାଗ୍ରତା ଆସିଥାଏ । ଯାହା ଫଳରେ ଏହି ସମସ୍ୟାର ସମାଧାନ ସହଜରେ ହୋଇପାରିବ ।

୩. ଏହି ଶିଶୁ ମାନଭ୍କୁ ଏକ ଡାଏରୀ ଲେଖିବା ପାଇଁ କୁହନ୍ତୁ ଯାହାଦ୍ୱାରା ସେ ନିଜ କ୍ରୋଧର କାରଣ ଲେଖିପାରିବେ । କାରଣ ଜାଣିଲେ ସେ ସେହି ବିଷୟରେ ବୁଝି ବିଚାରି ପାରିବେ ।

୪. ଶିଶୁ ନିଜ ମା-ବାପାଙ୍କ ଠାରୁ ଶିକ୍ଷା କରିଥାଆନ୍ତି । ଏଥିପାଇଁ ଆପଣ ଆପଣଙ୍କ ରାଗକୁ ନିୟନ୍ତ୍ରଣ ରଖନ୍ତୁ । ଶାନ୍ତିରେ ମଧ୍ୟ ସମସ୍ତ ତଥ୍ୟର ସମାଧାନ ହୋଇପାରିବ ବୋଲି ଶିଶୁଙ୍କୁ ବୁଝାନ୍ତୁ ।

୫. କିଶୋର ଶିଶୁଙ୍କ ଆହାର ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ସେମାନଙ୍କୁ ସନ୍ତୁଳିତ ଆହାର ପ୍ରଦାନ କରନ୍ତୁ ।

୬. ସମୟ ବାହାର କରି ଆପଣ ଆପଣଙ୍କ ଶିଶୁଙ୍କ ସହ କଥାବାର୍ତ୍ତା କରନ୍ତୁ । ସେମାନଙ୍କୁ ଦିନଚର୍ୟ୍ୟା, ସ୍କୁଲ ଏବଂ ସାଙ୍ଗସାଥିଙ୍କ ସମ୍ପର୍କରେ କଥା ହୁଅନ୍ତୁ । କଥା ହେବା ଦ୍ୱାରା ମନ ହାଲକା ହୋଇଥାଏ ଏବଂ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ ।

ଆପଣଙ୍କ ଶିଶୁ ଅଧିକ ରାଗୁଛି କିମ୍ବା ଆପଣଙ୍କ ସାହାଯ୍ୟ ଲୋଡା କରୁଥିବା ଆପଣ ଯଦି ଅନୁଭବ କରୁଛନ୍ତି, ତେବେ ଆପଣଙ୍କ ଶିଶୁକୁ ମାନସିକ ରୋଗୀ ବିଶେଷଜ୍ଞ ପାଖକୁ ଯଥା ଶୀଘ୍ର ନେଇ ଯାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More