Only for Entertainment

କାହିଁକି ପ୍ରତିଦିନ ଭୁର୍ସୁଙ୍ଗ ପତ୍ର ଖାଇବା ଆବଶ୍ୟକ

agrifarming.in
0 44

ସାଧାରଣତଃ ଇଡଲି ,ସାମ୍ବର ଖାଇବା ସମୟରେ ସାମ୍ବରରୁ ଆମେ ଯେଉଁ ପତ୍ରକୁ କାଢ଼ିକରି ବାହାରେ ରଖି ଦେଇଥାଉ,ତାହା ହେଉଛି ଭୂର୍ସଙ୍ଗ ପତ୍ର।ତେବେ ଭୁର୍ସୁଙ୍ଗ ପତ୍ରର ସବୁଠୁ ଭଲ ଗୁଣ ହେଉଛି ଏଇଆ ଯେ,ଏହା ଉଭୟ ସ୍ୱାଦ ଏବଂ ବାସ୍ନାରେ ଭରପୁର ହୋଇଥାଏ।ଆଉ ଏହାକୁ କଞ୍ଚା ଖାଇବା ମଧ୍ୟ କୌଣସି କଷ୍ଟକର ବ୍ୟାପାର ନୁହେଁ। ତେବେ କିଛି ଭୁର୍ସୁଙ୍ଗ ପତ୍ରକୁୁ ପତ୍ୟେକ ଦିନର ସେବନ ଦ୍ୱାରା ବି ବ୍ୟକ୍ତିର ଓଜନ ବୃଦ୍ଧିଜନିତ ସମସ୍ୟା,ହଜମ କ୍ରିୟା ଜନିତ ସମସ୍ୟା ଅବସାଦ ଜନିତ ସମସ୍ୟା ଆଦି ଦୂରେଇ ଯାଇଥାଏ।ଏହା ସାଥ୍‌ ସାଥ୍‌ ଭୁର୍ସୁଙ୍ଗ ପତ୍ରର ପେଷ୍ଟ୍‍ କେଶରେ ଲଗାଇବା ଯୋଗୁଁ ମଧ୍ୟ କେଶ ଝଡ଼ିବା ସମସ୍ୟା ଠାରୁ ମୁକ୍ତି ମିଳିଥାଏ।ତେବେ ପ୍ରତି ଦିନ ଭୁର୍ସୁଙ୍ଗ ପତ୍ର ଖାଇବା ଆବଶ୍ୟକ ।

ସାଧାରଣତଃ ଭୁର୍ସୁଙ୍ଗ ପତ୍ରରେ ଭିଟାମିନ୍‌-‘ଏ’,’ବି’,’ସି’ଏବଂ ଭିଟାମିନ୍‌ ‘ଇ’ ସାଙ୍ଗକୁ କପର୍‌,ମିନେରାଲ୍‌ସ,କ୍ୟାଲ୍‌ସିଅମ୍‌,ଫସ୍‌ଫରସ୍‌ କାର୍ବୋହାଇଡ୍ରେଟ୍‌,ଏନର୍ଜି ,ମ୍ୟାଗ୍ନେସିଅମ୍‌ ,ଆଇରନ୍‌ ଏବଂ ଆମିନୋ ଏସିଡ଼୍‍ ଇତ୍ୟାଦି ଭରପୁର ମାତ୍ରାରେ ରହିଥାଏ। ଏହି ପତ୍ରକୁ ବ୍ୟକ୍ତି କଞ୍ଚା ବି ଖାଇପାରନ୍ତି। ଆଉ ଯଦି ଆପଣ ଚାହାଁନ୍ତି ଏହି ପତ୍ରର ସୁପ୍‌,ଜୁସ୍‌ ବା ଚା’ ଇତ୍ୟାଦି ପ୍ରସ୍ତୁତ କରି ମଧ୍ୟ ପିଇ ପାରନ୍ତି। ତେବେ ଦକ୍ଷିଣ ଭାରତୀୟ ଖାଦ୍ୟ ରେ ଏହାର ପ୍ରୟୋଗ ବହୁଳ ଭାବରେ କରାଯାଉଥିବାର ଦେଖାଯାଇଥାଏ। ଏହା ସହଜରେ ବଜାରରେ ମିଳିବା ସହିତ ଆପଣ ଚାହିଁଲେ ବି ଏହାର ଗଛ ଆପଣଙ୍କ ଅଗଣାରେ ମଧ୍ୟ ଲଗାଇପାରନ୍ତି ଏବଂ ପ୍ରତ୍ୟେକ ଦିନ ସବୁଜ ଓ ଫ୍ରେସ୍‌ ଭୁର୍ସୁଙ୍ଗ ପତ୍ରର ଫାଇଦା ବି ନେଇପାରନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More