Only for Entertainment

କାହିଁକି କଳାଗାଈକୁ ଖାଇବାକୁ ଦେଲେ ଶୁଭ ହୋଇଥାଏ?

105

ସଂପର୍କୀତ ବିଭିନ୍ନ କଥା ଆମେ ଆପଣଙ୍କ ସହିତ ଶେୟାର କରୁ । ଯେଉଁଥିରେ ଅନ୍ତର୍ଭୁକ୍ତ ଥାଏ ଉଭୟ ସମସ୍ୟା ଏବଂ ତାହାର ନିରାକରଣ । ତେବେ ଆଜି ମଧ୍ୟ ସେହିଭଳି ଏକ କଥା ଆଲୋଚନା କରୁଛୁ । କୁକର ବା ପାରା ଆଦିଙ୍କୁ ଖାଇବାକୁ ଦେବାକୁ ଶୁଭ ବୋଲି କୁହାଯାଏ ଏହା ଆମେ ଏହା ପୂର୍ବରୁ ଆପଣଙ୍କୁ ଜଣାଇଛୁ । କିନ୍ତୁ କଳାଗାଈକୁ ଖାଇବାକୁ ଦେବା ଏକ ଶୁଭକାର୍ଯ୍ୟ ବୋଲି ମଧ୍ୟ ବିଶ୍ୱାସ ରହିଛି । ତେବେ ଏହାକୁ ନେଇ କ’ଣ କହେ ବାସ୍ତୁ ଆସନ୍ତୁ ଆଲୋଚନା କରିବା ।

କଳା ଗାଈକୁ ଘାସ ଖାଇବାକୁ ଦେଲେ ସବୁ ପାପ ଧୋଇ ଯାଇଥାଏ ବୋଲି କୁହାଯାଏ। ତୀର୍ଥ କଲେ ଯେତିକି ପୁଣ୍ୟ ଅର୍ଜନ ହୋଇଥାଏ, କଳା ଗାଈକୁ ଘାସ ଖୁଆଇଲେ ମଧ୍ୟ ସେତିକି ପୁଣ୍ୟ ମିଳିଥାଏ ବୋଲି କୁହାଯାଏ।

ଆପଣ ଯଦି ବର୍ଷେ ପର୍ଯ୍ୟନ୍ତ ନିଜେ ଖାଇବା ଆଗରୁ କଳା ଗାଈକୁ ଘାସ ଖୁଆଇବେ, ତା’ହେଲେ ଗ୍ରହ ଦୋଷ କଟିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ଏହା ସହ ଏହା ଆପଣଙ୍କ ଘରକୁ ସବୁବେଳେ ସକାରାତ୍ମକ ବାତାବରଣ ପ୍ରଦାନ କରିଥାଏ।

  • ସକାଳୁ ଉଠି କଳା ଗାଈ ଚାରିପଟେ ଥରେ ପରିକ୍ରମା କଲେ ପୃଥିବୀ ପରିକ୍ରମା କରିବା ସହ ସମାନ ହୋଇଥାଏ। ଗାଈ ଦେହରେ ୩୩ କୋଟି ଦେବୀଦେବତା ଥିବାରୁ ଗାଈକୁ ପୂଜା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।
  • ଶାସ୍ତ୍ର ଅନୁସାରେ ଯଦି ଆପଣ କଳା ଗାଈର ପରିସ୍ରାକୁ ଗାଧୋଇବା ପାଣିରେ ପକାଇ ଗାଧାନ୍ତି, ତା’ହେଲେ ବିଗତ ତିନି ବର୍ଷ ଭିତରେ କରିଥବା ପାପ ଧୋଇ ହୋଇଯାଇଥାଏ। ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି, ଯେଉଁ ଲୋକଙ୍କ ଘରେ କଳା ଗାଈ ଥାଏ, ତାଙ୍କ ଘର ସବୁବେଳେ ସୁଖଶାନ୍ତି ବଜାୟ ରହେ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More