Only for Entertainment

ମୃତ ବ୍ୟକ୍ତି କାନ ଏବଂ ନାକରେ କାହିଁକି ଦିଆଯାଏ ତୁଳା ଜାଣନ୍ତୁ ଏହାର କାରଣ ।

newsx
0 93

ସାଧାରଣତଃ ମନୁଷ୍ୟର ମୃତ୍ୟୁ ପରେ ନାକ ଓ କାନରେ ତୁଳା ଲଗାଯାଇଥାଏ। ଏପରି କ’ଣ ପାଇଁ କରାଯାଏ ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥାଏ। ଏହି ବିଦ୍ଧି ଓ ବ୍ୟବସ୍ଥା ପଛରେ ଧାର୍ମିକ ଓ ବୈଜ୍ଞାନିକ କାରଣ କ’ଣ ରହିଛି ଆସନ୍ତୁ ଜାଣିବା।

ବ୍ୟକ୍ତିର ମୃତ୍ୟୁ ପରେ ତା’ ଶରୀରକୁ ସ୍ନାନ କରାଯାଇଥାଏ। ଏହାପରେ ତା’ ନାକ ଓ କାନରେ ତୁଳା ଲଗାଯାଇଥାଏ। ଏହାର ପଛରେ ରହିଛି ଏକ ବୈଜ୍ଞାନିକ ମାନ୍ୟତା। ଏପରି କରିବା ଦ୍ୱାରା ମୃତ ଶରୀର ଭିତରକୁ କୌଣସି କୀଟାଣୁ ଯେପରି ପ୍ରବେଶ କରି ନ ପାରେ ଏଥିପାଇଁ ନାକ ଓ କାନରେ ତୁଳା ଦ୍ୱାରା ବନ୍ଦ କରି ଦିଆଯାଇଥାଏ। ମୃତଶରୀର ନାକରୁ ଏକ ତରଳ ପଦାର୍ଥ ବାହାରୁ ଥିବାରୁ ତୁଳା ଏହାକୁ ରୋକିବାରେ ସାହାଯ୍ୟ କରିଥାଏ।

ଏହି ପଦ୍ଧତିର ଦ୍ୱିତୀୟ କାରଣ ଧାର୍ମିକ ଗ୍ରନ୍ଥ ସହ ଜଡ଼ିତ । ହିନ୍ଦୁ ଗ୍ରନ୍ଥ ଗରୁଡ଼ ପୁରାଣ ଅନୁସାରେ ମୃତ ଶରୀର ଉପରେ ସୁନା ରଖିବା ପବିତ୍ର ହୋଇଥାଏ। ଏପରି କରିବା ଦ୍ୱାରା ମୃତଶରୀରର ଆତ୍ମାକୁ ଶାନ୍ତି ମିଳିଥାଏ। ନାକ ଓ କାନର ଛିଦ୍ର ବଡ଼ ହୋଇଥିବାରୁ ଏଥିରେ ରଖାଯାଇଥିବା ସୁନା ଖଣ୍ଡ ଖସି ପଡ଼ିବାର ସମ୍ଭାବନା ଥାଏ। ତେଣୁ ନାକ ଓ କାନରେ ସୁନା ଖଣ୍ଡ ରଖିବା ପରେ ତୁଳାରେ ଏହାକୁ ବନ୍ଦ କରିଦିଆ ଯାଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More