Only for Entertainment

୪୦୦୦ ସ୍କ୍ରିନରେ ରିଲିଜ ହେବ ବାଗୀ ଟୁ,ଜାଣନ୍ତୁ ଫିଲ୍ମ ଦେଖିବାର ୭ଟି କାରଣ ।

ndtv movies
0 64

ଟାଇଗର ସ୍ରଫ ଏବଂ ଦିଶା ପଟାନୀଙ୍କ ଫିଲ୍ମ ବାଗୀ ଟୁ ୩୦ ମାର୍ଚ୍ଚରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି । ଆକ୍ସନ ଏବଂ ସସପେନ୍ସରେ ଭରା ଏହି ରୋମାଂଟିକ ଥ୍ରିଲର ମୁଭିକୁ ଦେଖିବା ପାଇଁ ଲୋକଙ୍କ ମନରେ କ୍ରେଜ ବଢିବା କିଛି ବଡ଼ କଥା ନୁହେଁ । ଗୀତ ଏବଂ ଦମଦାର ଷ୍ଟଂଟ ସିନ୍ସ ପାଇଁ ଫିଲ୍ମ ଖୁବ ଚର୍ଚ୍ଚାରେ ରହିଛି । ତେବେ ଜଣାପଡ଼ୁଛି ସିନେମାଘର ଖୁବ ଭିଡ଼ ରହିବ ।

ଫିଲ୍ମଟି ୪୧୨୫ଟି ସ୍କ୍ରିନରେ ରିଲିଜ ହେବାପାଇଁ ଧାର୍ଯ୍ୟ କରାଯାଇଛି । ଭାରତରେ ୩୫୦୦ ଏବଂ ଓଭରସିଜରେ ୬୨୫ ସ୍କ୍ରିନ ମିଳିଛି । ଫିଲ୍ମଟି ୪୫ଟି ଦେଶରେ ରିଲିଜ କରାଯିବ । ଅହମ୍ମଦ ଖାନ ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି । ଏହାର ବଜେଟ ୭୫ କୋଟି ବୋଲି କୁହାଯାଉଛି ।

  • ଟାଇଗରଙ୍କୁ ଫିଲ୍ମର ଆକ୍ସନମ୍ୟାନ କହିଲେ ଭୁଲ ହେବ ନାହିଁ । ପୂର୍ବାପେକ୍ଷା ଏଥର ଆକ୍ସନ ସିନ ସ୍ତର ଅଧିକ ରହିଛି । ରୋଲରେ ପରଫେକ୍ସନ ପାଇଁ ଟାଇଗର ହଙ୍ଗକଙ୍ଗରେ ମାର୍ସଲ ଆର୍ଟ ଶିଖିଛନ୍ତି ।
  • ଫିଲ୍ମରେ ରଣଦୀପ ଏବଂ ମନୋଜ ବାଜପେୟୀଙ୍କ ଚରିତ୍ର ଫିଲ୍ମକୁ ଅଧିକ ଦମଦାର କରିବ ବୋଲି ଆଶା କରାଯାଉଛି ।ଏହା ସହିତ ଟାଇଗର ଏବଂ ଦିଶାଙ୍କ ଯୋଡ଼ି ଖୁବ ହିଟ ହେବ ବୋଲି ମଧ୍ୟ ଅନୁମାନ କରାଯାଉଛି ।
  • ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟାଇଗର ଏବଂ ଦିଶା ରିଅଲ ଲାଇଫର କପଲ ।
  • ଏହା ଏକ ରୋମାଂଟିକ ଥ୍ରିଲର ଲଭ ଷ୍ଟୋରି ।
  • ଫିଲ୍ମରେ ଜ୍ୟାକଲିନଙ୍କ ଦୁଇ ତିନୋଟି ଗୀତ ମଧ୍ୟ ଖୁବ ଦମଦାର ରହିବ । ଏଥିରେ ମାଧୁରୀଙ୍କ ଗୀତରେ ନାଚ କରିବେ ଜ୍ୟାକଲିନ ।
  • ଏହି ଫିଲ୍ମଟି ସାଉଥର ରିମେକ । ଲୋକ ଏହାକୁ ଖୁବ ପସନ୍ଦ କରିବେ ।
  • ୨୦୧୬ରେ ଏହାର ପ୍ରଥମ ସିଜନ ଖୁବ ହିଟ ହୋଇଥିଲା । ତେଣୁ ଏହାର ସିକ୍ୱଲ ମଧ୍ୟ ହିଟ ହେବ ବୋଲି ଆଶା କରାଯାଉଛି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More