Only for Entertainment

ଭାଇରାଲ ଭିଡିଓ: ଶାଶୁଘର ଛାଡି ବାପା ଘରକୁ ଯାଉଥିଲେ ପତ୍ନୀ, ଫେରାଇ ଆଣିବା ପାଇଁ ଭେଁ ଭେଁ ହୋଇ କାନ୍ଦିଲେ ପତି

ndtv
0 80

ପତି-ପତ୍ନୀଙ୍କ ଝଗଡା ପ୍ରତ୍ୟେକ ଘରେ ଦେଖିବାକୁ ମିଳିଥାଏ । ଏପରି କି ଆମେ ଅନେକଥର ସ୍ୱାମୀ-ସ୍ତ୍ରୀଙ୍କ ଝଗଡାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିଛେ । କିନ୍ତୁ ନିକଟରେ ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଟର୍ଯ୍ୟ ହୋଇଯିବେ । ଭିଡିଓରେ ପତ୍ନୀ ରୁଷି ନିଜ ବାପା ଘରକୁ ଯାଉଥିବାର ଦେଖିବାକୁ ମିଳିଛି । ଏବଂ ପତି ପତ୍ନୀଙ୍କୁ ଫେରାଇ ଆଣିବା ପାଇଁ ରେଲୱ ଷ୍ଟେସନରେ ପହଁଚିଯାଆନ୍ତି ଏବଂ କାନ୍ଦିବାକୁ ଲାଗନ୍ତି । ପତ୍ନୀଙ୍କୁ ଫେରାଇ ଆଣିବା ପାଇଁ ପତି ସବୁ ପ୍ରକାର ପ୍ରୟାସ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓକୁ ବର୍ତ୍ତମାନ ଲୋକେ ଫେସବୁକ, ଟ୍ୱିଟର ଏବଂ ୟୁ-ଟ୍ୟୁବରେ ସେୟାର କରିବାରେ ଲାଗିଛନ୍ତି ।

ଭିଡିଓରେ ପତି କାନ୍ଦି କାନ୍ଦି ମୋତେ ଛାଡିକି ଯାଅନି, ମୁଁ ସବୁବେଳେ ତୁମ ସହିତ ରହିବି କିନ୍ତୁ ପତ୍ନୀ ପତିଙ୍କ କଥା ଶୁଣିବାକୁ ନାରାଜ ସେ ସବୁଦିନ ପାଇଁ ଛାଡିକି ଯିବା ପାଇଁ କହୁଛନ୍ତି ଏପରିକି ତଲାକ ପାଇଁ ମଧ୍ୟ କହୁଥିବାର ଦେଖିବାକୁ ମିଳିଛି । ଏହା ଏକ ପାରିବାରିକ ମାମଲା ଲାଗିଥିବା ବେଳେ ପରିବାରର କିଛି ସଦସ୍ୟ ସେଠାରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।
ଦେଖନ୍ତୁ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More