Only for Entertainment

ରାଜନୀତିରେ ପ୍ରବେଶ କରିବେ କି ମିଷ୍ଟର ପର୍ଫେକ୍ସନିଷ୍ଟ?

youtube
0 40

ବଲିଉଡ ଆକ୍ଟର ଅମୀର ଖାନଙ୍କ କହିବା ଅନୁସାରେ ସେ କେବେ ମଧ୍ୟ ରାଜନୀତିରେ ପ୍ରବେଶ କରିବେ ନାହିଁ । କାରଣ ସେ ରାଜନୀତିରୁ ଦୂରରେ ରହିବାକୁ ଚାହାଁନ୍ତି । କିନ୍ତୁ ସମସ୍ତ ଦଳ ସହିତ ବନ୍ଧୁତା ରହିଛି । ଏକ ପକ୍ଷକୁ କେବେ ମଧ୍ୟ ସପୋର୍ଟ କରେ ନାହିଁ । ଠିକ ଜିନିଷ ଭାବିଚିନ୍ତି କହେ । ଆଗକୁ ମଧ୍ୟ ଏଭଳି କୌଣସି ଯୋଜନା ନାହିଁ ।

ଅମୀରଙ୍କୁ ଯେତେବେଳେ ପ୍ରଶ୍ନ କରାଗଲାଯେ,ଆପଣ ରାଜ୍ୟସଭା ଯିବେ କି?ସେ କହିଲେଯେ ଭଲ କାମ କରିବା ପାଇଁ ରାଜନୀତିକୁ ଯିବା ଆବଶ୍ୟକ ନାହିଁ । ଆଜି ମୁଁ ଯାହା କରୁଛି ସେଥିରେ ଖୁସି ଅଛି । ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିବା ଅମୀର ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ଇମ୍ରାନ ଖାନଙ୍କୁ ନେଇ କିଛି ମଧ୍ୟ କହିଲେ ନାହିଁ ।

ଅମୀର ମହାରାଷ୍ଟ୍ରରେ ଗ୍ରାମୀଣ ସ୍ଥାନରେ ଜଳ ଫାଉଣ୍ଡେସନ ଜରିଆରେ ୱାଟର ହାର୍ଭେଷ୍ଟିଙ୍ଗ କାମ କରୁଛନ୍ତି । ସେ ପୁଣେରେ ସେହି ଲକ୍ଷ୍ୟରେ ଥିଲେ । ମହାରାଷ୍ଟ୍ରରେ ଏହାର ଆବଶ୍ୟତା ଥିବାରୁ ସେ ଏହି ପଦକ୍ଷେପ ନେଇଥିବା କଥା କହିଛନ୍ତି । ତେବେ ରେନ ୱାଟର ର୍ହାର୍ଭଷ୍ଟିଙ୍ଗ ପାଇଁ ସେ ଗାଁରୁ ମୁମ୍ବାଇ ମଧ୍ୟ ଯିବେ । କାରଣ ବର୍ଷାଦିନେ ବୁଡ଼ିବା ସମସ୍ୟାରୁ କିଛି ରାସ୍ତା ବାହାରିପାରେ । ସେ ଏହା ମଧ୍ୟ କହିଛନ୍ତିଯେ ସବୁଠାରେ ଟପ କ୍ଲାସ କାମ ହୋଇଥିବା ଦେଖିବାକୁ ମିଳୁନାହିଁ । ତେଶଣୁ ସୋସିଆଲ ଫେବ୍ରିକ ଭଲ ହେବା ଉଚିତ । ପ୍ରଥମେ ନିଜେ କ’ଣ କରୁଛୁ ତାହା ଦେଖିବା ଉଚିତ ଏହାପରେ ଅନ୍ୟକୁ ଆଙ୍ଗୁଠି ଉଠାଇବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More