Only for Entertainment

ଦୀପିକା ପାଦୁକୋଣ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ନଜର ଆସିବେ ଅନନ୍ୟା ପାଣ୍ଡେ ?

36

ଅନନ୍ୟା ପାଣ୍ଡେ ଏବେ ସାତ ଆକାଶ ଉପରେ ଅଛନ୍ତି । ସେ ଷ୍ଟୁଡେଂଟ ଅଫ ଦ ଇୟର୨ ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ତାଙ୍କର ନିକଟରେୀ ରିଲିଜ ହୋଇଛି ପତି ପତ୍ନୀ ଔର ୱ ଫିଲ୍ମ । ଯାହା ବକ୍ସଅଫିସରେ ଭଲ କଲେକ୍ସନ କରିଛି । ଅନନ୍ୟାଙ୍କ ପରଫର୍ମାନ୍ସକୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି । ଏବେ ଖବର ଶୁଣିବାକୁ ମିଳିଛି ଯେ ଦୀପିକା ପାଦୁକୋଣ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ଶକୁନ ବତ୍ରାଙ୍କ ଆଗାମୀ ଫିଲ୍ମରେ ନଜର ଆସିପାରନ୍ତି ।

ଏବେ ପର୍ଯ୍ୟନ୍ତ ଏହି ଫିଲ୍ମର ନାଁ ଫାଇନାଲ ହୋଇନାହିଁ ଏବଂ ଏହାକୁ କରଣ ଜୋହର ପ୍ରଡ୍ୟୁସ କରିବେ । ରିପୋର୍ଟ ମୁତାବକ ଅନନ୍ୟା ଏଥିରେ ସେକେଣ୍ଡ ଲିଡ ଭୂମିକାରେ ନଜର ଆସିବେ । ଫିଲ୍ମରେ ଦୀପିକା ଏବଂ ଗଲିବୟ ଫେମ ସିଦ୍ଧାନ୍ତ ଚତୁର୍ବେଦୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମ ଆଧୁନିକ ଦୁନିଆର ରୋମାଂଟିକ କମେଡି ଫିଲ୍ମ ହେବ ଯାହା ରିଲେସନସିପ ଉପରେ ହେବ ।

ଏବେ ଶୁଣିବାକୁ ମିଳିଛି ଯେ ଶକୁନ ବତ୍ରା ଏବଂ କରଣ ଜୋହରଙ୍କୁ ଅନନ୍ୟାଙ୍କ ବିପକ୍ଷରେ କୌଣସି ଅଭିନେତାଙ୍କୁ କାଷ୍ଟ କରିବାକୁ ପଡିବ । ଏହି ଫିଲ୍ମର ସମସ୍ତ ସୁଟିଂ ଭାରତରେ ହେବ , ଯାହା ପାଇଁ ଏବେ ଲୋକେସନ ବଛା ଚାଲିଛି । ଖୁବ ଶୀଘ୍ର ଏହି ଫିଲ୍ମର ଘୋଷଣା କରାଯିବ । ସେହିଭଳି ଏହି କାଷ୍ଟଙ୍କୁ ପରଦାରେ ଏକାଠି ଦେଖିବା ପାଇଁ ମଜା ଲାଗିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More