Only for Entertainment

ହେଡଫୋନରେ ଅଧିକ ସାଉଣ୍ଡ ଦେଇ ଗୀତ ଶୁଣିବା ହୋଇପାରେ କ୍ଷତିକାରକ !

google
18

ଗୀତ ଶୁଣିବାକୁ କାହାକୁ ବା ଭଲ ନ ଲାଗେ । ଅବଶ୍ୟ ସମସ୍ତଙ୍କ ଶୁଣିବା ଶୈଳୀ ଓ ଗୀତ ପସନ୍ଦ ଭିନ୍ନ ହୋଇଥାଏ। କେହି କେହି କମ୍ ସାଉଣ୍ଡ୍ ଦେଇ ଧୀର ଗୀତ ଶୁଣିଥାନ୍ତି ତ ପୁଣି କେହି ହେଡଫୋନ୍ ଲଗାଇ ଜୋର୍ ଭଲ୍ୟୁମ୍ ଦେଇ ଲାଉଡ୍ ମ୍ୟୁଜିକ୍ ଶୁଣିଥାନ୍ତି। ଗୀତ ଶୁଣିବା ଉଭୟ ମନ ଓ ଶରୀର ପାଇଁ ଭଲ ଏଥିରେ ସନ୍ଦେହ ନାହିଁ। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ହେଡଫୋନ୍ ଦେଇ ଲାଉଡ୍ ମ୍ୟୁଜିକ୍ ଶୁଣିଲେ ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ। ଜୋର୍ ଭଲ୍ୟୁମରେ ଗୀତ ଶୁଣିଲେ ଶୁଣିବା ଶକ୍ତି ଅପେକ୍ଷାକୃତ ହ୍ରାସ ପାଇଥାଏ।

ଜାଣିରଖନ୍ତୁ ଯେ ଅଧିକ ସାଉଣ୍ଡରେ ଗୀତ ଶୁଣିବା ଏକ ପ୍ରକାରର ଶବ୍ଦ ପ୍ରଦୂଷଣ ମଧ୍ୟ। ଗବେଷଣାରୁ ଜାଣିବାକୁ ମିଳିଛି ପାଖାପାଖି ୧.୧ ବିଲିୟନ୍ ଲୋକ ସଂପୂର୍ଣ୍ଣ ଭାବେ ଅଥବା ଆପେକ୍ଷିକ ଭାବେ ଏହି କାରଣରୁ ଶ୍ରବଣ ଶକ୍ତି ହରାଉଛନ୍ତି। ବିଶେଷ କରି ୧୨ରୁ ୨୫ ବର୍ଷ ବୟସ୍କଙ୍କ ଭିତରେ ଏହି ସମସ୍ୟା ଦେଖା ଦେଉଛି। ପ୍ରାୟ ୪୦ ପ୍ରତିଶତ ଲୋକଙ୍କ ଶ୍ରବଣ ଶକ୍ତି ଗୀତ ପାଇଁ ପ୍ରଭାବିତ ହେଉଛି ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More