Only for Entertainment

ନିଜ ଭାଣିଜୀ ଅଲିଜା ଅଗ୍ନିହୋତ୍ରୀଙ୍କୁ ବଲିଉଡରେ ଲଂଚ କରିବେ ସଲମାନ ?

19

ବଲିଉଡରେ ଲଗାତାର କିଛି ବର୍ଷ ହେବ ଅନେକ ଷ୍ଟାର କିଡଙ୍କ ଏଂଟ୍ରି ହେବାରେ ଲାଗିଛି । ଆଗକୁ ଅନନ୍ୟା ପାଣ୍ଡେ ଏବଂ ସାରା ଅଲ୍ଲୀ ଖାନ ଡେବ୍ୟୁ କରିବା ଲାଗି ଯାଉଛନ୍ତି । ଏବେ ଏହି ଷ୍ଟାର କିଡ ଲିଷ୍ଟରେ ଆଉ ଏକ ନାଁ ଯୋଡି ହେବାକୁ ଯାଉଛି । ଶୁଣିବାକୁ ମିଳିଛି ଯେ ଅତୁଲ ଅଗ୍ନିହୋତ୍ରୀ ଏବଂ ସଲମାନ ଖାନଙ୍କ ଭଉଣୀ ଅଲବୀରାଙ୍କ ଝିଅ ଅଲିଜା ଅଗ୍ନିହୋତ୍ରୀ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିପାରନ୍ତି ।

ଖବର ମୁତାବକ ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ୩’ରେ ବୋଧ ହୁଏ ଅଲିଜାଙ୍କୁ କାଷ୍ଟ କରାଯାଇପାରେ । ରିପୋର୍ଟ ଅନୁସାରେ ଏବେ ଅଲିଜା ଡାନ୍ସ ଏବଂ ଆକ୍ଟିଂ କ୍ଲାସ ଆଟେଣ୍ଡ କରୁଛନ୍ତି । ଏଭଳି ଶୁଣିବାକୁ ମିଳିଛି ଯେ ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ ଅଲିଜାଙ୍କୁ ଡ୍ୟାନ୍ସର ତାଲିମ ଦେଉଛନ୍ତି ।

ଯେପରିକି ଆମ ସମସ୍ତଙ୍କୁ ଜଣା ଯେ ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା ସଲମାନଙ୍କ ବିପକ୍ଷରେ ରୁହନ୍ତି , ତେବେ ଏହା ପକ୍କା ଯେ ଅଲିଜାଙ୍କୁ ମୁଖ୍ୟ ଭୂମିକା ମିଳିବ ନାହିଁ । କିନ୍ତୁ ଏବେ ପର୍ଯ୍ୟନ୍ତ ଏହା କନଫର୍ମ ହୋଇ ନାହିଁ କି ଦବଙ୍ଗ୩ରେ ସୋନାକ୍ଷୀଙ୍କୁ କାଷ୍ଟ କରାଯିବ କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More