Only for Entertainment

ଫିଲ୍ମ ଭାରତ ଛାଡ଼ିବା ପରେ କ’ଣ ପୁଣିଥରେ ପ୍ରିୟଙ୍କାଙ୍କ ସହିତ କାମ କରିବେ ସଲମାନ? ଜାଣନ୍ତୁ କ’ଣ କହିଲେ ଦବଙ୍ଗ ଖାନ୍ ।

aajtak
24

ବଲିଉଡ ଆକ୍ଟର ସଲମାନ ଖାନଙ୍କ ଫିଲ୍ମ ଭାରତ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଫିଲ୍ମରେ ତାଙ୍କ ଅପୋଜିଟରେ ନଜର ଆସିବେ କ୍ୟାଟ୍ରିନା କୈଫ । ଯେପରିକି ଆପଣ ଜାଣନ୍ତିଯେ କ୍ୟାଟ୍ରିନାଙ୍କ ସ୍ଥାନରେ ପ୍ରିୟଙ୍କା ନଜର ଆସିଥାନ୍ତେ, କିନ୍ତୁ ତାଙ୍କର ବ୍ୟକ୍ତିଗତ କାରଣରୁ ସେ ଫିଲ୍ମକୁ ପରବର୍ତ୍ତୀ ମୁହୂର୍ତ୍ତରେ ମନା କରି ଦେଇଥିଲେ । ପରେ ଏହାର କାରଣ ପ୍ରିୟଙ୍କା ନିକ ଜୋନସଙ୍କ ସହିତ ବିବାହର କାରଣ ବୋଲି ମଧ୍ୟ ଦର୍ଶାଇଥିଲେ । ତେବେ ଫିଲ୍ମ ଛାଡ଼ିବାର ଅଳ୍ପ ଦିନ ପରେ ପ୍ରିୟଙ୍କା ନିକଙ୍କୁ ବିବାହ ମଧ୍ୟ କଲେ । ଯାହାପରେ ବାରମ୍ବାର ଖବର ଆସିବାକୁ ଲାଗିଲାଯେ ପ୍ରିୟଙ୍କା ଫିଲ୍ମ ଛାଡ଼ିବାରୁ ସଲମାନ ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ ମନମାଳିନ୍ୟ ହୋଇଯାଇଛି । କିନ୍ତୁ ଏହି କଥାକୁ ଦୁଇଜଣ ମିଛ ବୋଲି ପ୍ରମାଣ କରିଥିଲେ । ସଲମାନ ପ୍ରିୟଙ୍କାଙ୍କ ବିବାହକୁ ଯାଇଥିଲେ ଏବଂ ବିବାହ ପରେ ପ୍ରିୟଙ୍କା ମଧ୍ୟ ସଲମାନଙ୍କ ଘରକୁ ଆଶୀର୍ବାଦ ପାଇଁ ଯାଇଥିଲେ । ଏବେ ଏହାକୁ ନେଇ ପୁଣିଥରେ ଏକ ଖବର ଆସିଛି ।

ନିକଟରେ ମୁମ୍ବାଇ ମିରର ସହିତ କଥା ହେଉଥିବା ସମୟରେ ଏହି ଘଟଣାର ପୁନରାବୃତ୍ତି ହୋଇଛି । ଯେଉଁଥିରେ ସଲମାନଙ୍କୁ ଏକ ପ୍ରଶ୍ନ କରାଯାଇଥିଲାଯେ କ’ଣ ସେ ପୁଣିଥରେ ପ୍ରିୟଙ୍କାଙ୍କ ସହିତ ଫିଲ୍ମ କରିବେ? ସଲମାନ କହିଲେଯେ ପ୍ରିୟଙ୍କାକୁ ଖୁବ ସାନଦାର ରୋଲ ମିଳିଥିଲା । କିନ୍ତୁ ତାହାକୁ କରିବା ପରିବର୍ତ୍ତେ ଏକ ପତ୍ନୀର ଭୂମିକା କରିବାକୁ ଖୁବ ପସନ୍ଦ କଲେ, ଏବଂ ଏହା ଖୁବ ଭଲ ନିଷ୍ପତ୍ତି ଥିଲା । କ୍ୟାଟ୍ରିନା ଏକ ପତ୍ନୀ ଭୂମିକା କରୁନାହାଁନ୍ତି ତଥାପି ସେ ଫିଲ୍ମରେ କାମ କରୁଛନ୍ତି । ଏହାପରେ ସେ ପ୍ରିୟଙ୍କାଙ୍କ ସହିତ କଥା ହୋଇଛନ୍ତି ନା ନାହିଁ ମଧ୍ୟ ପ୍ରଶ୍ନ କରାଗଲା । ସଲମାନ କହିଲେଯେ ଟ୍ରେଲର ଲଂଚ ହେବା ପରେ ମଧ୍ୟ ସେ କଲ କରିନାହାଁନ୍ତି । ଯଦି ଏବେ ମଧ୍ୟ ତାଙ୍କୁ କୌଣସି ସମସ୍ୟା ଅଛି ତେବେ କିଛି ଅସୁବିଧା ନାହିଁ । ମୁଁ ଭାବେଯେ ଯାହା ହୁଏ ଭଲ ପାଇଁ ହୁଏ । ଦିନେ ସେ ମୋତେ ସାକ୍ଷାତ କରିବାକୁ ଆସିଥଲା ଏବଂ କହିଲା ବିବାହ ପାଇଁ ଫିଲ୍ମ ଛାଡ଼ୁଛି । ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ମାତ୍ର ୫ ଦିନ ବାକି ଥିଲା । ସେ କହିଲାଯେ ସେ ଫିଲ୍ମ କରିପାରିବ ନାହିଁ ଏବଂ ମୁଁ କହିଲେଯେ ଆମେ ତାରିଖ ବଦଳାଇ ଦେବା । କାମ ହୋଇଯିବ ।

ପ୍ରିୟଙ୍କାଙ୍କ ଉତ୍ତର ଥିଲାଯେ ବିବାହ ପସ୍ତୁତି ପାଇଁ କେତେ ସମୟ ଲାଗିବ ସେ କହିପାରିବେ ନାହିଁ । ସଲମାନ କହିଲେଯେ ପ୍ରିୟଙ୍କା ନିଷ୍ୱତ୍ତି ବଦଳାଇବା ମୁଡରେ ଆସିନଥିଲା । ସେ ଏହା ଜଣାଇବା ପାଇଁ ଆସିଥିଲାଯେ ସେ ଫିଲ୍ମ ଛାଡ଼ୁଛି । ଅବଶ୍ୟ ଏହାପରେ ସଲମାନ ତାଙ୍କର ପ୍ରଶଂସା କରୁଛନ୍ତିଯେ ସେ ବିବାହ ପାଇଁ ଫିଲ୍ମ ଛାଡ଼ିଛନ୍ତି ।

ପୁଣିଥରେ କାମ କରିବାକୁ ନେଇ ସଲମାନ କହିଲେଯେ ସମସ୍ତେ ଭାରତ ପାଇଁ ସ୍ୱାମୀକୁ ଛାଡ଼ି ଦେଉଛନ୍ତି, କିନ୍ତୁ ପ୍ରିୟଙ୍କା ସ୍ୱାମୀ ପାଇଁ ଭାରତ ଛାଡ଼ିଦେଲା । କିନ୍ତୁ ଫ୍ୟାନ୍ସ ସଲମାନ ଏବଂ ପ୍ରିୟଙ୍କାଙ୍କ ଯୋଡ଼ିକୁ ଦେଖିବା ପାଇଁ ଚାହୁଁଥିଲେ ଏବଂ ନିରାଶ ମଧ୍ୟ ହୋଇଗଲେ । ତେବେ ଯଦି ପ୍ରିୟଙ୍କାଙ୍କ ସହିତ କାମ କରିବା ପାଇଁ କୌଣସି ଭଲ ରୋଲ ମିଳେ ତେବେ ସେ କାମ କରିବେ ବୋଲି ମଧ୍ୟ କହିଛନ୍ତି । ସଲମାନ ଏହା ମଧ୍ୟ କହିଛନ୍ତିଯେ କାହିଁକି କାମ କରିବି ନାହିଁ, କାହାଣୀ ପସନ୍ଦ ଆସିବା ଦରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More