Only for Entertainment

ରାଜନୀତିରେ ପାଦ ଦେବେ କି ସାଉଥ ସୁପରଷ୍ଟାର ମହେଶ ବାବୁ ? ଅଭିନେତା ଦେଲେ ଏହି ଜବାବ

google
61

ସାଉଥ ସୁପରଷ୍ଟାର ମହେଶ ବାବୁ ଏବେ ନିଜର ଆଗାମୀ ପ୍ରୋଜେକ୍ଟ Sarileru Neekevvaruର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାର ନିର୍ଦ୍ଦେଶନା ଅନିଲ ରବିପୁଡୀ କରୁଛନ୍ତି । ଫିଲ୍ମରେ ମହେଶ ବାବୁଙ୍କ ଅପୋଜିଟରେ ରଶ୍ମିକା ମଂଦାନ ଏବଂ ବିଜୟ ଶାନ୍ତି ନଜର ଆସିବେ । ଫିଲ୍ମ ବ୍ୟତିତ ମହେଶ ବାବୁ ରାଜନୀତିରେ ପାଦ ଦେବା ଖବର ଚର୍ଚ୍ଚାରେ ରହିଛି । ତେବେ ରାଜନୀତିରେ ଯୋଗ ଦେବାକୁ ନେଇ ଅଭିନେତା ମହେଶ ବାବୁଙ୍କ ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି ।

ଏକ ଇଣ୍ଟରଭ୍ୟୁରେ ମହେଶ ବାବୁ ରାଜନୀତିରେ ପ୍ରବେଶ କରିବା ଖବରକୁ ଗୁଜବ ବୋଲି କହିଛନ୍ତି । ମହେଶ ବାବୁ କହିଛନ୍ତି ସେ କେବଳ ଜଣେ ଅଭିନେତା ଏବଂ ସେ ଆକ୍ଟି କରିବା ପାଇଁ ଚାହାଁନ୍ତି । ତାଙ୍କର ରାଜନୀତି ସହିତ କିଛି ସମ୍ପର୍କ ନାହିଁ ।

 

View this post on Instagram

 

Happy Independence Day… Jai Hind ?????? #SarileruNeekevvaru

A post shared by Mahesh Babu (@urstrulymahesh) on

ମହେଶ ବାବୁ ଆହୁରି କହିଛନ୍ତି, ‘ମୋତେ ଏକ ଲମ୍ବା ରାସ୍ତା ଯିବାର ଅଛି । ଯେବେ ମୁଁ ଚାଇଲ୍ଡ ଷ୍ଟାର ଥିଲି ସେତେବେଲେ ମୋତେ ଯାହା କରିବାର ଥିଲା କରୁଥିଲି । ମୋତେ ଖରା ଛୁଟି ମିଳୁଥିଲା ସେହି ସମୟରେ ଯାହା ପସନ୍ଦ ତାହା କରୁଥିଲି । ସୁଟିଂ ପାୁଇଁ ସ୍କୁଲ ମଧ୍ୟ ବଙ୍କ କରିପାରୁଥିଲି । କିନ୍ତୁ ଏବେ ସେଥିରେ ଅନେକ ପରିବର୍ତ୍ତନ ଆସିଛି । ଏବେ ମୁଁ କେବଳ ଆକ୍ଟିଂ କରିବାକୁ ଚାହେଁ ।’

 

View this post on Instagram

 

#SarileruNeekevvaru

A post shared by Mahesh Babu (@urstrulymahesh) on

କହିରଖୁଛୁ ଯେ, ଆଗାମୀ ଫିଲ୍ମ Sarileru Neekevvaruରେ ମହେଶ ବାବୁ ମେଜର ଅଜୟ କୃଷ୍ଣା ଭୂମିକାରେ ନଜର ଆସିବେ । ଫିଲ୍ମ ୨୦୨୦ ମକର ସଂକ୍ରାନ୍ତିରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More