Only for Entertainment

ଗର୍ଭବତୀ ମହିଳା ଶୀତ ଦିନେ କିପରି ନେବେ ଶରୀରର ଯତ୍ନ, ଜାଣନ୍ତୁ କିଛି ଟିପ୍ସ ।

MomResource
33

ଶୀତ ଦିନେ ଆସିଲେ ଗରମ ପୋଷାକ, ଗରମ ଚା’, ଗରମା ଗରମ ଚଟପଟି ଖାଇବାକୁ ବଡ଼ ଇଚ୍ଛା ହୁଏ । ଏଥିସହ ପ୍ରବଳ ଥଣ୍ଡା ଯୋଗୁ ମଧ୍ୟ ଶରୀରରେ ନାନା ପ୍ରକାର ଅସୁବିଧା ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କ ଘରେ କେହି ଗର୍ଭବତୀ ମହିଳା ଅଛନ୍ତି ତେବେ ଶୀତ ଦିନ ଆସିଲେ ତାଙ୍କ ପାଇଁ ବିଶେଷ ଯତ୍ନ ନେବା ଦରକାର । ତେବେ ଆସନ୍ତୁ ଜାଣିବା…

ଶୀତ ଦିନେ ସମସ୍ତଙ୍କ ପାଇଁ ବଡ଼ ସମସ୍ୟା ହେଉଛି ଶୀତୁଳିଆ ପବନ । ତେଣୁ ଯଦି ଆପଣ କିମ୍ବା ଗର୍ଭବତୀ ମହିଳା ବାହାରକୁ ବାହାରୁଛନ୍ତି ତେବେ ଆରାମ ଦାୟକ ଗରମ ପୋଷାକ ପିନ୍ଧିବା ଦରକାର । ଗୋଡରେ ମୋଜା ଏବଂ ହାତରେ ଗ୍ଲୋଭସ ମଧ୍ୟ ବ୍ୟବହାର କରିବା ଆବଶ୍ୟକ । ଏହାଦ୍ୱାରା ଗର୍ଭରେ ଥିବା ଶିଶୁକୁ ଥଣ୍ଡା ଦାଉରୁ ରକ୍ଷା କରିବ । ଏହି ସମୟରେ ଥଣ୍ଡା, ମୁଣ୍ଡବିନ୍ଧା, କାଶ ହେବା ଏକ ସାଧାରଣ ଘଟଣା । ତେଣୁ ଗର୍ଭବତୀ ମହିଳାଙ୍କୁ ଏଥିରୁ ଦୂରେଇ ରଖିବା ପାଇଁ ତାଙ୍କୁ ପ୍ରୋଟିନ ଯୁକ୍ତ ଖାଦ୍ୟ ଦେବା ଦରକାର ।

ଗର୍ଭବସ୍ଥା ସମୟରେ ମହିଳାମାନଙ୍କୁ ଭିନ୍ନଭିନ୍ନ ଚଟପଟି ଖାଇବାକୁ ଇଚ୍ଛା ହୋଇଥାଏ । ମାତ୍ର ଏହା ଶରୀର ପାଇଁ କ୍ଷତିକାରକ ହୋଇଥିବାରୁ ଏହି ସମୟରେ ସତେଜ ଏବଂ ସ୍ୱାସ୍ଥ୍ୟବର୍ଦ୍ଦକ ଖାଦ୍ୟ, ଫଳ ଆଦି ଖାଇବା ଆବଶ୍ୟକ । ଅନ୍ୟମାନଙ୍କ ଭଳି ଶୀତ ଦିନେ ଗର୍ଭବତୀ ମହିଳାଙ୍କର ସ୍କିନ ମଧ୍ୟ ଡ୍ରାଏ ହୋଇଥାଏ । ତେଣୁ ସେମାନେ ଏହି ସମୟରେ ଭିଟାମିନ ସି ଯୁକ୍ତ ଖାଦ୍ୟ ଖାଇବା ସହ ଭଲ କ୍ରିମ ଲଗାଇବା ଦରକାର ।

ବଡ଼କଥା ହେଉଛି ଶୀତଦିନେ ଯଦି ଗର୍ଭବତୀ ମହିଳା ନିଜକୁ ଅସୁସ୍ଥ ଅନୁଭବ କରନ୍ତି ତାଙ୍କୁ ଘରେ ଥିବା ଔଷଧ ନଦେଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଏଥିସହ ଡାକ୍ତରଙ୍କ ପରାମର୍ଶ କ୍ରମେ ଶୀତ ଦିନେ ପାଇଁ ଡାଏଟ ଚାଟ ପ୍ରସ୍ତୁତ କରିବା ଦରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More