Only for Entertainment

ପରୀକ୍ଷାରେ ନକଲ ରୋକିବା ପାଇଁ ଶିକ୍ଷକଙ୍କ ଅଦ୍ଭୁତ ଉପାୟ ! ଦେଖିଲେ ହସ ରୋକି ପାରିବେ ନାହିଁ

facebook
138

ମେକ୍ସିକୋ Tlaxcalaର ଜଣେ ଶିକ୍ଷକ ପରୀକ୍ଷା ସମୟରେ ଚିଟିଂ ରୋକିବା ପାଇଁ ଏପରି ଏକ ଅଦ୍ଭୁତ ଉପାୟ ଆପଣାଇଛନ୍ତି ଯାହାକୁ ଦେଖିଲେ ଆପଣ ହସ ରୋକି ପାରିବେ ନାହିଁ । ଅସଲରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ପରୀକ୍ଷାର୍ଥୀଙ୍କ ମୁଣ୍ଡରେ କଗଜ ପେଟି ଲଗାଇ ଥିବାର ଦେଖିବାକୁ ମିଳିଛି । ଯେପରି ସେମାନେ ନକଲ କରିପାରିବେ ନାହିଁ ସେଥିପାଇଁ କେବଳ ଆଗରୁ କିଛି ଅଶଂ କଟାଯାଇଛି ।

ଏହି ଫଟୋକୁ ଜଣେ ଅଭିଭାବକ ଫେସବୁକରେ ସେୟାର କରି ଏହାର ନିନ୍ଦା କରିଛନ୍ତି । ଶିକ୍ଷକଙ୍କ ଏହି ଆଚରଣକୁ ନେଇ ଅଭିଭାବକମାନେ ସ୍କୁଲର ପ୍ରନ୍ସିପାଲଙ୍କୁ ଅଭିଯୋଗ କରି ତାଙ୍କୁ ବହିସ୍କାର କରିବା ପାଇଁ ଦାବି କରିଛନ୍ତି । ଅଭିଭାବକଙ୍କ କହିବା ଅନୁସାରେ ଏପରି କରାଯିବା ଦ୍ୱାରା ଛୁଆମାନଙ୍କର ଅଧିକାରକୁ ଦହନ କରାଯାଇଛି । ଏହା ସହ ଛୁଆମାନଙ୍କ ପ୍ରତି ଅପମାନ ଏବଂ ତାଙ୍କୁ ଶାରିରୀକ ଏବଂ ମାନସିକ ଦୁଃଖ ଦିଆଯାଇଛି ବୋଲି ଅଭିଭାବକ କହିଛନ୍ତି ।

ଫେସବୁକ ମେସେଜ ଜରିଆରେ ସ୍କୁଲ ପକ୍ଷରୁ କୁହାଯାଇଛି ଯେ ଏଠାରେ ପଢୁଥିବା ୧୫୦୦ ଛାତ୍ରଙ୍କ ମାନବଧିକାରର ଆମେ ସମ୍ମାନ କରୁ । ଆମକୁ ଲାଗୁ ନାହିଁ କାଗଜପୋଟି ଲଗାଇବା ଦ୍ୱାରା କାହାର ଅଧିକାରର ଉଲ୍ଲଙ୍ଘନ କରାଯାଇଛି । ଏହା ସହିତ କୁହାଯାଇଛି ପିଲାଙ୍କ ଅନୁମତି ପରେ ହିଁ ଏପରି କରାଯାଇଛି । ପିଲାଙ୍କଗ ମାଷ୍ଟର ସ୍କିଲକୁ ବିକସିତ କରିବା ପାଇଁ ଏପରି କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More