Only for Entertainment

ବସ୍ ଙ୍କୁ ଇମୋଜୀ ପଠାଇ ଚାକିରିରୁ ନିଲମ୍ବିତ ହେଲେ ମହିଳା କର୍ମଚାରୀ !

Palo Verde Unified School District
35

ସାଙ୍ଗସାଥୀଙ୍କୁ ମେସେଜ୍‍ ପଠାଇବା ସମୟରେ ଆମେ ଇମୋଜୀର ବ୍ୟବହାର କରିଥାଉ । ହେଲେ ଏହି ଇମୋଜୀକୁ ନେଇ ଜଣେ ମହିଳାଙ୍କୁ ଚାକିରି ହରାଇବାକୁ ପଡ଼ିଛି । ମହିଳା ଜଣକ  ତାଙ୍କ  ମାଲିକଙ୍କୁ  ଏହି  ଇମୋଜୀ  ପଠାଇଥିଲେ ।

ଚାଇନାର  ହୁନାନ  ସ୍ଥିତ  ଚାଙ୍ଗସିରେ  ଏକ  ବାର  ଟେଣ୍ଡର  ଭାବେ  କାମ କରନ୍ତି  ଏହି  ମହିଳା  ଜଣକ ।  ତାଙ୍କ  କମ୍ପାନୀରେ  କାମ  କରୁଥିବା  କର୍ମଚାରୀ ଓ  ବରିଷ୍ଠ  ଅଧିକାରୀମାନଙ୍କ  ପାଇଁ  ସ୍ୱତନ୍ତ୍ର  ନିୟମ  ରହିଛି ।  ଏହି  ନିୟମ ଭାଙ୍ଗୁଥିବା  କର୍ମଚାରୀଙ୍କ  ପ୍ରତି  ସଂସ୍ଥା  ପକ୍ଷରୁ  କାର୍ଯ୍ୟକାନୁଷ୍ଠାନ  ଗ୍ରହଣ କରାଯାଉଛି ।

ନିୟମ  ଅନୁସାରେ  ପ୍ରତି  କର୍ମଚାରୀଙ୍କୁ  ସବୁଦିନର  ଘଟଣା ମେସେଜ କରିବାକୁ ହେବ । ଟେକ୍ସଟ ମେସେଜର ଜବାବ ଟେକ୍ସଟ ମେସେଜରେ ଦେବାକୁ  ହେବ ।  ହେଲେ  ଏହି  ମହିଳା  ଜଣକ  ନିଜ  ବସ୍‍ଙ୍କୁ  ମେସେଜର  ଉତ୍ତର ଦେବା  ବେଳକୁ  ଓକେ  ଲେଖିବା  ସହ  ଇମୋଜୀ  ପଠାଇଥିଲେ ।  କମ୍ପାନୀର  ନିୟମ ଭାଙ୍ଗିଥିବା  କାରଣରୁ  ପରଦିନ  ତାଙ୍କ  ଠାରୁ  ଇସ୍ତଫା  ମଗାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More