ହେଲମେଟ ନମିଳିବାରୁ କୁକର ପିନ୍ଧିଦେଲେ ମହିଳା,ଫଟୋ ଭାଇରାଲ ।
ଅଧିକାଂଶ ସମୟରେ ଲୋକଙ୍କର ହେଲମେଟ ପିନ୍ଧିବାକୁ ଇଛା ନଥାଏ । ତେଣୁ ବିଭିନ୍ନ ବିକଳ୍ପ ଖୋଜନ୍ତି ହେଲମେଟ ନପିନ୍ଧିବାକୁ । ଟ୍ରାଫିକ ପୋଲିସ ସାମ୍ନାରେ କିଛି ସମୟ ହେଲମେଟ ପିନ୍ଧିବା ପରେ ବାହାର କରିଦିଅନ୍ତି । ନିକଟରେ ହେଲମେଟ ପିନ୍ଧିବାକୁ ନେଇ ଆସିଛି ଏକ ଏଭଳି ଖବର ଯାହା ଖୁବ ମଜାଦାର । ବାବସ୍ତବରେ ଜଣେ ଝିଅ ହେଲମେଟ ପରିବର୍ତ୍ତେ ଏକ କଳୁର ପିନ୍ଧିଥିବାର ନଜର ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ରୋଷେଇ କରାଯାଉଥିବା କୁକର ହିଁ ପିନ୍ଧିଛନ୍ତି ।
ଏହି ଫଟୋ ୧୨ ଫେବୃୟାରୀକୁ ଫେସବୁକରେ ପୋଷ୍ଟ କରାଯାଇଛି । ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ ୧.୫ ଲକ୍ଷ ଲାଇକ୍ସ ମିଳିଛି ଏବଂ ୯୦୦ରୁ ଅଧିକ ଥର ଦେଖାସରିଛି ।