Only for Entertainment

୧୦ବର୍ଷ ହେବ କୋମାରେ ରହିଥିବା ମହିଳା ଜନ୍ମ ଦେଲେ ଏକ ଶିଶୁକୁ, ହସ୍ପିଟାଲରେ ହେଲା ହଙ୍ଗାମା, ପୁଲିସ କଲା କିଛି ଏଭଳି !

52

ଫୋନିକ୍ସ ହସ୍ପିଟାଲରେ ୧୦ବର୍ଷ ହେବ କୋମାରେ ପଡିଥିବା ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି । ଏହାଦ୍ୱାରା ହସ୍ପିଟାଲରେ ମଧ୍ୟ ଖୁବ ହଙ୍ଗାମା ହୋଇଥିଲା । ପୁଲିସ ମଧ୍ୟ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି କଥା ସାମ୍ନାକୁ ଆସିଲା ପରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ପୁରୁଷଙ୍କ ଡିଏନଏ ଟେଷ୍ଟ କରାଇବା ପାଇଁ ପୁଲିସ ସର୍ଚ ୱାରେଂଟ ଜାରି କରିଛନ୍ତି । ସେହିଭଳି ଏହି ହସ୍ପିଟାଲର ସିଇଓ ଇସ୍ତଫା ଦେଇ ଦେଇଛନ୍ତି । ହାସିଏଂଡା ସ୍ୱାସ୍ଥ୍ୟ କେନ୍ଦ୍ର କହିଛନ୍ତି ସେ କର୍ମଚାରିଙ୍କ ଡିଏନଏ କରିବା କଥାକୁ ସ୍ୱୀକାର କରିଛନ୍ତି ।

ଏପର୍ଯ୍ୟନ୍ତ ଏହାମଧ୍ୟ ଜଣା ପଡିନାହିଁ କି ଏହି ମହିଳାଙ୍କ ପରିବାରରେ କେହି ଅଛନ୍ତି କି ନାହିଁ । ପୁଲିସର ଏହି ମତକୁ ବୋର୍ଡର ସମସ୍ତ ସଦସ୍ୟ ସ୍ୱୀକାର କରିଛନ୍ତି ଏବଂ ଏହାସହ ରାଜ୍ୟର ଗର୍ଭନର ସ୍ଥିତିକୁ ଚିନ୍ତାଜନକ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More