Only for Entertainment

ଅଦ୍ଭୁତ ପରମ୍ପରା : ୫ ଦିନ ପର୍ଯ୍ୟନ୍ତ ଏହି ଗ୍ରାମର ମହିଳାଙ୍କୁ ରହିବାକୁ ପଡ଼ିଥାଏ ବିବସ୍ତ୍ର

thenewshimachal
0 161

ସାରା ଦୁନିଆରେ ଭିନ୍ନ ଭିନ୍ନ ସ୍ଥାନରେ ରହିଛି ଅଲଗା ଅଲଗା ପରମ୍ପରା । ପୁରାତନ ସମୟରୁ ଚାଲିଆସୁଥିବା ଅନେକ ପରମ୍ପରାକୁ ବର୍ତ୍ତମାନ ପର୍ୟ୍ୟନ୍ତ ମାନି ଆସୁଛନ୍ତି ଅନେକ। ଏପରି କିଛି ପରମ୍ପରା ରହିଛି ଯାହାକୁ ନିଜ ଆଖିରେ ନ ଦେଖିବା ପର୍ୟ୍ୟନ୍ତ ବିଶ୍ୱାସ କରିବା ଅସମ୍ଭବ । ଭାରତର ହିମାଚଳ ପ୍ରଦେଶର ଏକ ଗ୍ରାମରେ ଦେଖିବାକୁ ମିଳିଥାଏ ଏପରି ଏକ ଅଦ୍ଭୁତ ପ୍ରଥା । ଏହି ପ୍ରଥା ଅନୁଯାୟୀ ୫ ଦିନ ପର୍ୟ୍ୟନ୍ତ ମହିଳାମାନଙ୍କୁ ରହିବାକୁ ପଡ଼ିଥାଏ ର୍ନିବସ୍ତ୍ର । ଆଜିକାର ସମାଜରେ ମହିଳାମାନେ ବିଭିନ୍ନ ସ୍ତରରେ ସଫଳତା ହାସଲ କରୁଥିବା ବେଳେ ଏହି ଗ୍ରାମରେ ପରମ୍ପରା ନାମରେ ଏପରି ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯାଉଛି। ତେବେ ଆସନ୍ତୁ ଜାଣିବା ଏହି ଅଦ୍ଭୁତ ପରମ୍ପରା ପଛର କାହାଣୀ ।

ହିମାଚଳ ପ୍ରଦେଶର ମଣିକର୍ଣ୍ଣ ଘାଟି ସ୍ଥିତ ପିଣି ଗ୍ରାମରେ ବହୁ ବର୍ଷରୁ ଲୋକ ଏହି ପରମ୍ପରାକୁ ମାନି ଆସୁଛନ୍ତି । ଏହି ଅଦ୍ଭୁତ ପରମ୍ପରା ଅନୁଯାୟୀ ଶ୍ରାବଣ ମାସରେ ମହିଳାମାନଙ୍କୁ ୫ ଦିନ ପାଇଁ ରହିବାକୁ ପଡ଼ିଥାଏ ନିବସ୍ତ୍ର । ଏହି ସମୟରେ କୌଣସି ପୁରୁଷ ଏହି ମହିଳାମାନଙ୍କ ସମ୍ମୁଖକୁ ଯାଆନ୍ତି ନାହିଁ। ଏହି ସମୟରେ ମହିଳାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଦେଖିପାରିବେ ନାହିଁ । ପୁରାତନ କାଳରୁ ଚାଲିଆସୁଥିବା ଏହି ପରମ୍ପରା ଦ୍ୱାରା ଘରେ କିଛି ଅଶୁଭ ହୋଇନଥାଏ ବୋଲି ବିଶ୍ୱାସ ରହିଛି।

ଲୋକମତ ଅନୁଯାୟୀ, ବହୁତ ବର୍ଷ ପୂର୍ବେ ଏଠାରେ ଏକ ରାକ୍ଷସ ସୁନ୍ଦର ପୋଷାକ ପରିଧାନ କରିଥିବା ମହିଳାମାନଙ୍କୁ ଉଠାଇ ନେଇ ଯାଉଥିଲା । ପରେ ଏହି ରାକ୍ଷସର ସଂହାର କରିଥିଲେ ଳାହୁଡ଼ା ଘୋଡ଼ ଦେବତା । ଗ୍ରାମବାସୀଙ୍କ ଅନୁଯାୟୀ ଏହି ଦେବତା ଆଜି ମଧ୍ୟ ସେହି ରାକ୍ଷାସର ଅନ୍ତ କରିବା ପାଇଁ ଗ୍ରାମକୁ ଆସିଥାନ୍ତି । ଏଣୁ ୫ ଦିନ ପର୍ୟ୍ୟନ୍ତ ଏହି ଗ୍ରାମରେ ଲୋକ ହସିବା ବନ୍ଦ କରିଦେଇଥାନ୍ତି ଏବଂ ମହିଳାମାନେ ନିବସ୍ତ୍ର ରହିବା ସହ ନିଜକୁ ସଂସାରିକ ଦୁନିଆଠୁ ଦୂର କରିଥାନ୍ତି । ବର୍ତ୍ତମାନ କିନ୍ତୁ ମହିଳା ମାନେ ଏହି ପରମ୍ପରାରେ କିଛିଟା ପରିବର୍ତ୍ତନ କରିଛନ୍ତି , ମହିଳା ମାନେ ନିବସ୍ତ୍ର ହେବା ବଦଳରେ ଏହି ସମୟରେ କପଡ଼ା ବଦଳି ନ ଥାନ୍ତି ଏବଂ ବହୁତ ସତର୍କତାର ସହ ପୋଷାକ ପରିଧାନ କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More