Only for Entertainment

ପୁରୁଷଙ୍କ ଠାରୁ ଅଧିକ ଚିନ୍ତାରେ ରହିଥାନ୍ତି ମହିଳା ।

aajtak
41

ଚିନ୍ତାରେ ବୁଡ଼ି ରହିବା ଏକ ସାଧାରଣ ସମସ୍ୟା । ନକରାତ୍ମକ ଚିନ୍ତାଧାରା ଏବଂ ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖିନପାରିବା ଯୋଗୁଁ ଚିନ୍ତା ବଢିଥାଏ । ଏହି ମଧ୍ୟରେ ସମସ୍ୟାର ସମାଧାନ ଖୋଜୁ ଖୋଜୁ ଲୋକ ଚିନ୍ତାରେ ରହିଥାନ୍ତି । ଗବେଷଣା ଅନୁସାରେ ମାନସିକ ସ୍ଥିତି ସମସ୍ୟା କେତେକ କାରଣରୁ ହୋଇଥାଏ । ତାହା ଘରର ସମସ୍ୟା ହେଉ ବା ଅଫିସ ସମସ୍ୟା । କିଛି ଲୋକ ଏହାକୁ ଅତି ସହଜରେ ସମ୍ଭାଳି ନିଅନ୍ତି ଏବଂ କିଛି ଲୋକ ଏହାକୁ ନେଇ ଅଧିକ ଚିନ୍ତିତ ହୋଇପଡ଼ନ୍ତି ।

ଆମେରିକାନ ସାଇକୋଲୋଜିକଲ ଏସୋସିଏସନ ଅନୁସାରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଚିନ୍ତାରେ ରହିଥାନ୍ତି । ଏହି କାରଣରୁ ସେମାନଙ୍କର ମୁଣ୍ଡବିନ୍ଧା, କ୍ଲାନ୍ତ ଏବଂ ଚିଡ଼ିଚିଡ଼ାପଣ ଆଦି ସମସ୍ୟା ଦେଖାଦେଇଥାଏ ।

ଗବେଷଣା ଅନୁସାରେ ଯୁବାବସ୍ଥାରେ ପୁରୁଷ ଏବଂ ମହିଳା ଅଧିକ ଚିନ୍ତାରେ ରହିଥାନ୍ତି । ତେଣୁ ଏହି କାରଣରୁ ହୁଏତ ବୟସ ବଢିବା ଦ୍ୱାରା ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଚିନ୍ତାରେ ରୁହନ୍ତି । ମହିଳାମାନେ ନିଜ କାମ ଅପେକ୍ଷା ଘରର ଅନ୍ୟ ମାନଙ୍କ ଦାୟୀତ୍ୱ ମଧ୍ୟ ନେଇଥାନ୍ତି । ଯେଉଁ କାରଣରୁ ସେମାନଙ୍କ ସହିତ ଏଭଳି ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More