Only for Entertainment

ଜିମରେ ଆଣ୍ଟି କଲେ ଏପରି ଏକ୍ସରସାଇଜ, ଯାହାକୁ ଦେଖିଲେ ଆପଣ ମଧ୍ୟ ହସ ରୋକି ପାରିବେ ନାହିଁ

ndtv
0 42

ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଦେଖିବାକୁ ମିଳୁଛି ଯାହାକୁ ଲୋକେ ଟ୍ରୋଲ କରିବା ସହିତ ମଜାକ ମଧ୍ୟ ଉଡାଇଥାନ୍ତି । ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଲୋକେ ଟ୍ରୋଲ କରିବା ସହିତ ଭିଡିଓର ମଜାକ ମଧ୍ୟ ଉଡାଉଛନ୍ତି । ଦ ଫିଟନେସ ୱମେନ ନାମକ ଏକ ପେଜ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧.୯ ମିଲିୟନରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ରନିଂ ମେସିନରେ ଭୁଲ ଭାବରେ ଠିଆ ହୋଇ ଏକ୍ସରସାଇଜ କରୁଛନ୍ତି । ଭିଡିଓ ସେୟାର କରି ପେଜ କ୍ୟାପସନରେ ଲେଖିଥିଲେ ‘ଏଥିପାଇଁ ଟ୍ରେନରର ଆବଶ୍ୟକତା ପଡିଥାଏ ।’ ଏହି ଭିଡିଓକୁ ୧୭ ହଜାର ଥର ସେୟାର କରାଯାଇଥିବ ବେଳେ ୧୭ ହଜାରରୁ ଅଧିକ ଲେକେ ଏଥିରେ ରିୟାକ୍ଟ କରିଛନ୍ତି । ତେବେ ଏହା କେଉଁଠାର ଭିଡିଓ ତାହା ବିଷୟରେ କିଛି ସୂଚନା ମିଳିନାହିଁ । ସୋସିଆଲ ମିଡିଆରେ ଏହି ଭିଡିଓକୁ ଲେକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।
ଦେଖନ୍ତୁ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More