Only for Entertainment

ପରଦାରେ ଖୁବଶୀଘ୍ର ନଜର ଆସିବାକୁ ଯାଉଛି ନାରୀ କୈନ୍ଦ୍ରିକ ଓଡିଆ ଚଳଚ୍ଚିତ୍ର ‘ଘୋ ଘୋ ରାଣୀ’ !

49

ଏକ ନାରୀ କୈନ୍ଦ୍ରିକ ଓଡିଆ କାହାଣୀକୁ ନେଇ ନିର୍ମିତ ହୋଇଛି ଓଡିଆ ଚଳଚ୍ଚିତ୍ର ‘ଘୋ ଘୋ ରାଣୀ’ । ଏହାର ପୋଷ୍ଟ ପ୍ରଡକ୍ସନ କାମ ସରିଯାଇଛି । ଆତ୍ମନ କ୍ରିଏସନ୍ ବ୍ୟାନରରେ ନିର୍ମିତ ଏବଂ ବାପି ମିଶ୍ର ପ୍ରଯୋଜିତ ଓ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଇପ୍ସିତା, ଅର୍ଜୁନ, ଆର୍ଯ୍ୟା, ପ୍ରିୟ ମିଶ୍ର, ଋଷି ପଟ୍ଟନାୟକ, ଅକ୍ଷୟ ସାହୁ, ସୁରେନ୍ଦ୍ର ପୁଷ୍ପାଳକ, ହିମାଂଶୁ ଦାସ, ଅସିତା ଶତପଥୀ, ସନ୍ତୋଷ ଶତପଥୀ, ଦେବୀପାଦ ମିଶ୍ର ପ୍ରମୁଖ କଳାକାରମାନେ ଅଛନ୍ତି । ଏହି ଚଳଚ୍ଚିତ୍ରର କାହାଣୀ ପ୍ରଶାନ୍ତ ପୁହାଣ ଲେଖିଥିବା ବେଳେ ସଙ୍ଗୀତ ସଜାଇଛନ୍ତି ଦୂର୍ଗାଶଙ୍କର ମହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More