Only for Entertainment

ମହିଳା ଫୁଟବଲ ବିଶ୍ୱକପ ୨୦୧୯ ଫାଇନାଲ : ଗୁଗୁଲ ଡୁଡଲ କରି କଲା ସେଲିବ୍ରେଟ, ସାମ୍ନା ସାମ୍ନୀ ହେବେ ଆମେରିକା-ନେଦରଲ୍ୟାଣ୍ଡ

Latestly
21

ମହିଳା ଫୁଟବଲ ବିଶ୍ୱକପ ୨୦୧୯ର ଫାଇନାଲ ମ୍ୟାଚ ଆଜି ଖେଳାଯିବ । ଏହି ଖାସ ଅବସରକୁ ସେଲିବ୍ରେଟ କରିବା ପାଇଁ ଗୁଗୁଲ ଏକ ଖାସ ଡୁଡଲ ପ୍ରସ୍ତୁତ କରିଛି । ଡୁଡଲରେ ଆଲି ମହିଳା ଫୁଟବଲ ୨୦୧୯ ବିଶ୍ୱକପ ଫାଇନାଲକୁ ଦର୍ଶାଇଛି । ବିଶ୍ୱକପର ୮ମ ଏଡିସନର ୨୫ତମ ଦିନକୁ ଗୁଗୁଲ ଡୁଡଲ ଜରିଆରେ ସେଲିବ୍ରେଟ କରିଛି । ଆଜିର ଫାଇନାଲ ମ୍ୟାଚରେ ଆମେରିଆ-ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ ।

ମହିଳା ଫୁଟବଲ ବିଶ୍ୱକପ ୭ ଜୁନରେ ଆରମ୍ଭ ହୋଇଥିଲା । ଚଳିତ ବର୍ଷର ବିଶ୍ୱକପ ଖୁବ ଖାସ ଥିଲା । କାରଣ ଚଳିତ ବର୍ଷ ଚାରୋଟି ନୂଆ ଦେଶ ବିଶ୍ୱକପରେ ଏଣ୍ଟ୍ରି ନେଇଥିଲେ । ସେମାନେ ହେଉଛନ୍ତି ଚିଲି, ସ୍କଙ୍କଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଜମାଇକା । ଏହି ଟୁରନାମେଣ୍ଟର ଆୟୋଜନ ଫ୍ରାନ୍ସରେ କରାଯାଇଛି । ଆଜିର ଫାଇନାଲ ମ୍ୟାଚ ଫ୍ରାନ୍ସର ପାର୍କ ଅଲମ୍ପିକ ଲିଓନାଇସ ଷ୍ଟାଡିଅମରେ ଭାରତୀୟ ସମୟ ରାତି ୮.୩୦ରେ ଖେଳାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More