Only for Entertainment

ବଦଳିଲା ‘ୱାଣ୍ଡର ୱମ୍ୟାନ ୧୯୮୪’ର ରିଲିଜ ଡେଟ, ଏବେ ଏହି ଦିନ ହେବ ରିଲିଜ ।

Variety
22

ଗତବର୍ଷ ରିଲିଜ ହୋଇଥିବା ମହିଳା ସୁପରହିରୋ ଫିଲ୍ମ ‘ୱାଣ୍ଡର ୱମ୍ୟାନ’ ଖୁବ ଚର୍ଚ୍ଚାରେ ରହିଥିଲା । ଏହି ଫିଲ୍ମରେ ହଲିଉଡ ଅଭିନେତ୍ରୀ ଗ୍ୟାଲ ଗ୍ୟାଡୋଟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମର ସଫଳତାକୁ ଦେଖି ମେକର୍ସ ଏହାର ସିକ୍ୱଲ ନିର୍ମାଣ କରିବାର ନିର୍ଣ୍ଣୟ ନେଇଥିଲେ । ଏହି ଫିଲ୍ମର ସିର୍ୱଲର ନାମ ରଖାଯାଇଛି ‘ୱାଣ୍ଡର ୱମ୍ୟାନ ୧୯୮୪’ । ଏହି ଫିଲ୍ମର ସୁଟିଂ ଲମ୍ବା ସମୟରୁ ଆରମ୍ଭ ହୋଇସାରିଛି ।

ଖବର ଅନୁସାରେ ଆସନ୍ତା ବର୍ଷ ଅର୍ଥାତ ୨୦୧୯ ନଭେମ୍ବର ୧ରେ ‘ୱାଣ୍ଡର ୱମ୍ୟାନ ୧୯୮୪’କୁ ରିଲିଜ କରିବା ପାମଇଁ ମେକର୍ସ ସ୍ଥିର କରିଥିଲେ । କିନ୍ତୁ ଏବେ ଏହାର ରିଲିଜ ଡେଟକୁ ଆଗକୁ ବଢାଇ ଦିଆଯାଇଛି । ଏହାର ସୂଚନା ଖୋଦ ଫିଲ୍ମର ଲିଡ ଅଭିନେତ୍ରୀ ଗ୍ୟାଲ ଗ୍ୟାଡୋଟ ଦେଇଛନ୍ତି । ସେ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି କହିଛନ୍ତି, ‘ୱାଣ୍ଡର ୱମ୍ୟାନ ୧୯୮୪’ର ରିଲିଜ ଡେଟକୁ ବଦଳାଇ ଦିଆଯାଇଛି । ଫିଲ୍ମ ଏବେ ୫ ଜୁନ ୨୦୨୦ରେ ରିଲିଜ ହେବ ।

କୁହାଯାଉଛି ଯେ, ‘ୱାଣ୍ଡର ୱମ୍ୟାନ ୧୯୮୪’କୁ ଆଗକୁ ବଢାଇବାର କାରଣ ହେଇଛି ଗରମ ସିଜିନ । ଫିଲ୍ମର ମେକର୍ସଙ୍କ କହିବା ଅନୁସାରେ ‘ୱାଣ୍ଡର ୱମ୍ୟାନ’ ଗରମ ସିଜିନରେ ରିଲିଜ କରାଯାଇଥିଲା ଏବଂ ଏହା ଖୁବ ସଫଳ ହୋଇଥିଲା । ଯଦି ଗରମ ସିଜିନରେ ରିଲିଜ କରିବା ପାଇଁ ସୁଯୋଗ ମିଳେ ତେବେ ଆମେ ଏହାର ଫାଇଦା ଉଠାଇବୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More