Only for Entertainment

ଗଣ୍ଡା ମଚାଇଲା ଏଭଳି ଉତ୍ପାତ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

punjabkesari
0 35

ବୁଲିବା ପାଇଁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ସେଥିପାଇଁ ଭିନ୍ନ ଭିନ୍ନ ସ୍ଥାନକୁ ପରିଭ୍ରମଣ କରନ୍ତି । ଛୋଟ ପିଲାମାନେ ମଧ୍ୟ ଏଥିରୁ ବାଦ ପଡ଼ନ୍ତି ନାହିଁ । କାରଣ ଭ୍ରମଣ କରିବା ଦ୍ୱାରା ମନ ଫୂର୍ତ୍ତି ରହିଥାଏ । ସେଥିପାଇଁ କେହି କେହି ଚିଡ଼ିଆ ଘର ମଧ୍ୟ ବୁଲିବାକୁ ଯାଆନ୍ତି । କାରଣ ସେଠାରେ ସମସ୍ତ ପ୍ରକାରର ପଶୁ ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ । ଅନୁମାନ କରନ୍ତୁ ,ଚିଡ଼ିଆ ଘର ଯାଇଥିବା ସମୟରେ ଯଦି ହଠାତ ଆପଣଙ୍କ ସହିତ ଅଜବ ଘଟଣା ଘଟେ ତେବେ ଆପଣ କ’ଣ କରିବେ । ଉପାୟ ତ ବାହାର କରିବେ କିନ୍ତୁ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ ।

ନିକଟରେ ସେହିଭଳି ଏକ ଘଟଣା ଘଟିଛି ମେକ୍ସିକୋ ସିଟିର ସଫାରୀ ସୈଲୀ ଚିଡ଼ିଆ ଘରେ । ଯେଉଁଠାରେ ଏକ ଗଣ୍ଡା ହଠାତ ଏକ ଏସୟୁଭି କାର ଉପରେ ଆକ୍ରମଣ କଲା ।

ବାସ୍ତବରେ ଚିଡ଼ିଆ ଘର ବୁଲିବାକୁ ଯାଇଥିବା ସମୟରେ ସେହି ଗାଡ଼ିକୁ ଏକ ଗଣ୍ଡା ଖୁବ ଧକ୍କା ମାରିଲା ଏବଂ କେବଳ ସେତିକି ନୁହେଁ ବରଂ ଗାଡ଼ିର ବମ୍ପରକୁ ଉଠାଇ ବହୁ ଦୂର ପର୍ଯ୍ୟନ୍ତ ନେଇଗଲା । ଗଣ୍ଡାଟି କ୍ରୋଧ ଜର୍ଜରିତ ହୋଇ କାରକୁ ଓଲଟାଇବାକୁ ଚେଷ୍ଟା କରିଛି କିନ୍ତୁ ତାହା ସମ୍ଭବ ହୋଇପାରି ନାହିଁ । ସଫାରୀ ଅଧିକାରୀଙ୍କ କହିବା ଅନୁସାରେ କାର ମଧ୍ୟରେ ଥିବା ଲୋକଙ୍କୁ କୌଣସି କ୍ଷତି ପହଂଚିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More