Only for Entertainment

ପୁଣି ପରଦାକୁ ଆସୁଛି ଏତରାଜ ସିକ୍ୱିଲ !

india tv
0 57

ଆଜିକାଲି ହଲିଉଡ ଫିଲ୍ମରେ ବ୍ୟସ୍ତ ରହୁଥିବା ଦେଶି ଗର୍ଲ ତଥା ପ୍ରିୟଙ୍କା ଚୋପ୍ରା ପୁଣିଥରେ ବଲିଉଡରେ ଏଂଟ୍ରି ମାରିବାକୁ ଯାଉଛନ୍ତି । ମାତ୍ର ବିଗତ କିଛି ଦିନ ହେବ ପ୍ରିୟଙ୍କା ହିନ୍ଦି ଫିଲ୍ମରୁ ଦୁରେଇ ରହିଥିଲେ । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ସେ ପୁଣିଥରେ ବଲିଉଡର ଖିଲାଡି କୁମାର ତଥା ଅକ୍ଷୟ କୁମାରଙ୍କ ସହ ଖୁବ୍ ଶୀଘ୍ର ହିନ୍ଦି ପରଦାରେ ନଜର ଆସିବେ ।

୨୦୦୪ ମସିହାରେ ସୁପରହିଟ୍ ଫିଲ୍ମ ଏତ୍ରାଜ ରେ ପ୍ରିୟଙ୍କା,ଅକ୍ଷୟ ଏବଂ କରୀନା କପୁର ମିଶି ଏକାଠି ଏହି ଫିଲ୍ମ ପାଇଁ କାମ କରିଥଲେ । ଏବଂ ଏହି ଫିଲ୍ମ ପରେ ପ୍ରିୟଙ୍କା ଏବଂ ଅକ୍ଷୟଙ୍କ ମଧ୍ୟରେ ସଂପର୍କ ଗଭୀର ହୋଇଯାଇଥିଲା । ଏହି ଫିଲ୍ମରେ ପ୍ରିୟଙ୍କା ଖଳନାୟିକା ଭୂମିକାରେ ଅଭିନୟ କରିଥିଲେ । ପ୍ରିୟଙ୍କାଙ୍କ ଏହି ଅଭିନୟ ପାଇଁ ତାଙ୍କୁ ବେଷ୍ଟ ଫିଲ୍ମଫେୟାର ଆୱାଡ ମଧ୍ୟ ମିଳିଥିଲା । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ପୁଣିଥରେ ଏହି ଫିଲ୍ମର ସିକ୍ୱଲ ହେବାକୁ ଯାଉଛି ।

ଖବର ମୁତାବକ,ନିର୍ମାତା ସୁଭାଷ ଘାଇ ଦୀର୍ଘ ୧୪ ବର୍ଷ ପରେ ଏହି ଫିଲ୍ମର ସିକ୍ୱଲ ଉପରେ କାମ କରିବାକୁ ଯାଉଛନ୍ତି । ମାତ୍ର ଏପର୍ଯ୍ୟନ୍ତ ଫିଲ୍ମର ଟାଇିଟଲ ସି୍ଥର କରାଯାଇନଥିଲେ ମଧ୍ୟ ଏହି ଫିଲ୍ମ ପାଇଁ ଅଭିନେତା ଓ ଅଭିନେତ୍ରୀଙ୍କୁ ସ୍ଥିର କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More