Only for Entertainment

World Cancer Day: ଏହା ହେଉଛି କ୍ୟାନସରର କାରଣ ଏବଂ ଏହାଠାରୁ ବଂଚିବାର ଉପାୟ

Medical News Today
62

ପୁରା ଦୁନିଆରେ ପ୍ରତିବର୍ଷ ଫେବୃଆରୀ ୪ରେ ୱାର୍ଲ୍ଡ କ୍ୟାନ୍ସର ଡେ ଭାବେ ପାଳନ କରାଯାଏ । କ୍ୟାନସର ଏପରି ଏକ ରୋଗ ଯାହା ବ୍ୟକ୍ତିକୁ ଧୀରେ ଧିରେ ମୃତ୍ୟୁ ଆଡକୁ ନେଇଯାଥାଏ । ଅନହେଲଦୀ ଏବଂ ଅସୁନ୍ତଳିତ ଜୀବନଶୈଳୀ ଏହି ଘାତକ ରୋଗର ମୁଖ୍ୟ କାରଣ । ଅନେକ ଷ୍ଟଡିରୁ ଏହା ପ୍ରମାଣିତ ହୋଇଛି ଯେ ଆମର ଖାଇବା ପିଇବାର ଅଭ୍ୟାସ କ୍ୟାନସର ଠାରୁ ଆମକୁ ସୁରକ୍ଷିତ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ତେବେ ଆସନ୍ତୁ ଜାଣିବା ୱାର୍ଲ୍ଡ କ୍ୟାନସର ଡେ’ରେ କ୍ୟାନସର ହେବାର ମୂଖ୍ୟ କାରଣ ଏବଂ ଏହାଠାରୁ ବଂଚିବାର କାରଣ ।

କ୍ୟାନସର ହେବାର ଅନେକ କାରଣ ହୋଇପାରେ କିନ୍ତୁ ଏହା ହେଉଛି କିଛି ମୁଖ୍ୟ କାରଣ-

ଜେନେଟିକ୍ସ- ଅନେକ ସମୟରେ କ୍ୟାନସର ଆପଣଙ୍କ ଜିନ ଉପରେ ମଧ୍ୟ ନିର୍ଭର କରିଥାଏ । ବଂଶାନୁଗତ କାରଣରୁ ଅନେକ ଲୋକଙ୍କୁ କ୍ୟାନସରର ଆଶଙ୍କା ରହିଥାଏ । ରିପୋର୍ଟ ଅନୁସାରେ ଯେଉଁ ଲୋକମାନଙ୍କର ପିଢିରେ କ୍ୟାନସର ଥାଏ ସେମାନଙ୍କୁ ଅନ୍ୟ ଲୋକଙ୍କ ତୁଳନାରେ କ୍ୟଆନସର ହେବାର ଆଶଙ୍କା ଅଧିକ ଥାଏ । ଏଥିମଧ୍ୟରୁ ସବୁଠାରୁ ଅଧିକ ବ୍ରେଷ୍ଟ ଏବଂ ଓଭାରିଆନ କ୍ୟାନସର ଲୋକେ ପିଡିତ ହୋଇଥାନ୍ତି ।

ଧୂମ୍ରପାନ- କ୍ୟାନସରରେ ୩୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ଧୂମ ୍ରପାନ କାରଣରୁ ହୋଇଥାଏ । ଧୂମ୍ରପାନ କରିବା ଫଳରେ ଫୁସଫୁସ, ନାକ, ସାଇନଓ, ଏସୋଫାଗସ, ପେଟ, ପାନକ୍ରିଆଜ, କିଡନୀ ଆଦିରେ କ୍ୟାନସର ହେବାର ଆଶଙ୍କା ରହିଥାଏ ।
ଡାଏଟ ଏବଂ ଲାଇଫଷ୍ଟାଇଲ-
ଷ୍ଟଡି ଅନୁସାରେ ଅନ-ହେଲ୍ଦୀ ଡାଏଟ ଏବଂ ଲାଇଫଷ୍ଟାଇଲ ଫଲୋ କରୁଥିବା ଲୋକଙ୍କ ଠାରେ ମଧ୍ୟ କ୍ୟାନସର ହେବାର ଆଶଙ୍କା ଦୁଇ ଗୁଣ ଥାଏ ।

କ୍ୟାନସର ଠାରୁ ସୁରକ୍ଷିତ ରହିବା ପାଇଁ କ’ଣ କରିବା ଆବଶ୍ୟକ-

  • ଅନେକ ସମୟରେ ମୋଟାପା ମଧ୍ୟ କ୍ୟାନସରର କାରଣ ହୋଇଥାଏ । ସେଥିପାଇଁ ଏଜକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରୟାସ କରନ୍ତୁ ।
  • ନିୟମିତ ଏକ୍ସରସାଇଜ ଏବଂ ଫିଜିକାଲି ଆକ୍ଟିଭ ରୁହନ୍ତୁ ।
  • ସ୍ୱାସ୍ଥ୍ୟକର ଜିନିଷ ଖାଆନ୍ତୁ । ଡାଏଟରେ ତାଜା ସାଗ ଏବଂ ପରିବା ସାମିଲ କରନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More