Only for Entertainment

ବିଶ୍ୱ ହ୍ୟାଲୋ ଦିବସ ୨୦୧୯ : କାହିଁକି ପାଳନ କରାଯାଏ ବିଶ୍ୱ ହ୍ୟାଲୋ ଦିବସ, ଜାଣନ୍ତୁ ଏହାର ଇତିହାସ ଏବଂ ମହତ୍ୱ

Preschool Inspirations
18

ପ୍ରତି ବର୍ଷ ୨୧ ନଭେମ୍ବର ଦିନ ବିଶ୍ୱ ହ୍ୟାଲୋ ଦିବସ ପାଳନ କରାଯାଏ । ବିବାଦକୁ ଶେଷ କରିବା ପାଇଁ ଏବଂ ହିଂସାର ଉପଯୋଗ ନକରି କଥାବାତ୍ତ ର୍ା ଆରମ୍ଭ କରିବା ପାଇଁ ଅଭିବାଦନ ଭାବେ ହ୍ୟାଲୋ କିମ୍ବା ନମସ୍କାର ଶବ୍ଦର ଉପଯୋଗ କରାଯାଇଥାଏ । ୨୧ ନଭେମ୍ବର ୧୯୭୩ରେ ପ୍ରଥମଥର ପାଇଁ ବିଶ୍ୱ ହ୍ୟାଲୋ ଦିବସ ପାଳନ କରାଯାଇଥିଲା । ଏବେ ୧୮୦ ଦେଶରେ ଏହି ଦିବସ ସେଲିବ୍ରେଟ କରାଯାଉଛି । ଏହାକୁ ୟୋମ କପୁରଙ୍କ ପ୍ରତିକ୍ରିୟା ଭାବେ ପାଳନ କରାଯାଇଥାଏ ।

ହ୍ୟାଲୋ ଶବ୍ଦର ଇତିହାସ ବିଷୟରେ କହିବାକୁ ଗଲେ ଏହି ଶବ୍ଦ ‘ହୋଲା’ରୁ ସୃଷ୍ଟି ହୋଇଛି । ହୋଲା ଏକ ପ୍ରଚୀନ ଜର୍ମାନ ଭାଷାର ଶବ୍ଦ । ଏହି ଶବ୍ଦ ଅଭିବାଦନ କରିବାର ଏକ ଉପାୟ । ଜର୍ମାନୀରୁ ଏହି ଶବ୍ଦ ବ୍ରିଟେନ ପହଁଚିଥିଲା ଏବଂ ଇଗ୍ରାଜୀ ଲୋକେ ଏହି ଶବ୍ଦକୁ ଅପଭ୍ରସଂ କରି ‘ହାଲୋ’ ବା ‘ହୋଲୋ’ କରିଦେଇଥିଲେ । ଏହା ପରେ ୧୮୩୩ରେ ଆମେରିକାର ଦ ସ୍କେଚେସ ଆଣ୍ଡ ଏସେଣ୍ଟ୍ରିସିଟିସ ଅଫ କର୍ନଲ ଡେବିଡ କ୍ରାକେଟ ନାମକ ପୁସ୍ତକରେ ହ୍ୟାଲୋ ଶବ୍ଦର ବ୍ୟବହାର କରାଯାଇଥିଲା ।

ଧୀରେ ଧିରେ ଏହି ଶବ୍ଦ ସାଧାରଣ ଲୋକଙ୍କ ଦ୍ୱାରା ବ୍ୟବହାର କରାଗଲା । ଏବେ ଲୋକେ ପ୍ରତିଦିନ ଏହି ଶବ୍ଦକୁ ବ୍ୟବହାର କରୁଛନ୍ତି । ଟେଲିଫୋନରେ ଏହି ଶବ୍ଦର ବ୍ୟବହାର ସବୁଠାରୁ ଅ ଧିକ ମାତ୍ରାରେ କରାଯାଉଛି । ଏହାର ଆରମ୍ଭ ଖାମସ ଏଲ୍ୱା ଏଡିସନ କରିଥିଲେ ।

ବିଶ୍ୱ ହ୍ୟାଲୋ ଦିବସର ମହତ୍ୱ-
ବିଶ୍ୱ ହ୍ୟାଲୋ ଦିବସ ଲୋକଙ୍କୁ ପରସ୍ପରର ସଂସ୍କୃତି ବିଷୟରେ ସୂଚନା ଦେଇଥାଏ । ଭିଡ ମଧ୍ୟରେ ବନ୍ଧୁତା ବଢାଇବା ଏବଂ କଥା ହେବା ପାଇଁ ପ୍ରେରିତ କରିଥାଏ ହ୍ୟାଲୋ । ଅହଙ୍କାର, ଲଜ୍ଜ୍ୟା, ଶ୍ରେଷ୍ଠତା, ହୀନତା ପରି ଅନେକ ଜିନିଷ ବ୍ୟକ୍ତିକୁ ବ୍ୟକ୍ତି ଠାରୁ ଦୂରେଇ ଦେଇଥାଏ । କିନ୍ତୁ ହ୍ୟାଲୋ ଶବ୍ଦ ଅଭିବାଦନ କରିବା ସହିତ ପ୍ରଥମରୁ କଥା ବର୍ତ୍ତା ଆଗକୁ ବଢାଇବା ପାଇଁ ସାହାଯ୍ୟ କରିଥାଏ ।

ବିଶ୍ୱ ହ୍ୟାଲୋ ଦିବସରେ ଯେକୌଣସି ସାଧାରଣ ଲୋକ ଅଂଶ ହୋଇପାରିବ । ଏହି ଦିବସକୁ ସେଲିବ୍ରେଟ କରିବା ପାଇଁ ମାତ୍ର ୧୦ ଜଣଙ୍କୁ ବିଶ୍ୱ ହ୍ୟାଲୋ ଦିବସର ଶୁଭକାମନା ପଠାଇବାକୁ ପଡିବ । ଏହି ଦିନର ଉଦ୍ଦେଶ୍ୟ ଲୋକଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ବାଦ ବିକସିତ କରାଇବାର ପ୍ରୟାସ । କାର୍ଯ୍ୟବ୍ୟସ୍ତତା ଜୀବନରେ ଲୋକେ ନିଜ ପ୍ରିୟ ଲୋକଙ୍କ ସହିତ କଥା ହେବା ପାଇଁ ସମୟ ପାଇ ନଥାନ୍ତି ତେଣୁ ଏହି ଦିବସ ଲୋକଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ସୁଦୃଢ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More