Only for Entertainment

ଲାଡେନର ପୁଅ ହମ୍‌ଜା ସଂପର୍କରେ ସୂଚନା ଲାଗି ୭୦ କୋଟି ଟଙ୍କାର ପୁରସ୍କାର ଘୋଷଣା କଲା ଯୁକ୍ତରାଷ୍ଟ୍ର ଆମେରିକା

Daily Express
44

ଯୁକ୍ତରାଷ୍ଟ୍ର ଆମେରିକା ଆତଙ୍କବାଦୀ ସଂଗଠନ ଅଲ୍‌-କାୟଦାର ମୁଖ୍ୟ ଥିବା ଦିବଂଗତ ଓସମା ବିନ୍‌ ଲାଡେନର ପୁଅ ହମ୍‌ଜା ବିନ୍‌ ଲାଡେନର ଠିକଣା ସଂପର୍କରେ ସୂଚନା ଦେଲେ ୭୦ କୋଟି ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି। ଆମେରିକା ପକ୍ଷରୁ କୁହାଯାଇଛି ଯେ ହମ୍‌ଜା ପିତୃହତ୍ୟାର ପ୍ରତିଶୋଧ ନେବା ଲାଗି ଭୟାନକ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କରୁଛି। ଏହି କାରଣରୁ ହମ୍‌ଜା ସଂପର୍କରେ ସୂଚନା ଦେବା ବ୍ୟକ୍ତିଙ୍କୁ ଆମେରିକା ୭୦ କୋଟି ଟଙ୍କାର ପୁରସ୍କାର ଦିଆଯିବା ନେଇ ଘୋଷଣା କରିଛି।

son of laden

ଆମେରିକାର ବୈଦେଶିକ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏମ୍‌ ଇଭାନୋଫଙ୍କ ଅନୁଯାୟୀ ଆମେରିକା ସରକାର ଆତଙ୍କବାଦ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ହମ୍‌ଜା କିଛି ଦିନ ତଳେ ବାହା ହୋଇଛି। ଏ ସଂପର୍କରେ ଲାଡେନ୍‌ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା।ଏକ ଟିଭି ଚାନେଲକୁ ସାକ୍ଷାତକାର ଦେଇ ହମଜାର ଦୁଇ ଭାଇ କହିଛନ୍ତି। ସେମାନେ ପ୍ରତିଶୋଧ ନେବା ଯୋଜନାରେ ଥିବା କଥା ବି ମାନିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More