Only for Entertainment

ବନ୍ଧୁର ମୃତ୍ୟୁର ଦୁଃଖରେ ଦୁନିଆ ଛାଡିଲା ବିଶ୍ୱର ସବୁଠାରୁ କ୍ୟୁଟ କୁକୁର !

52

ଦୁନିଆର ସବୁଠାରୁ କ୍ୟୁଟ ପୋମେରିୟନ କୁକୁର ‘ବୁ’ ଏବେ ଆମ ଠାରୁ ଅନେକ ଦୂରରେ । ସେ ୧୨ବର୍ଷରେ ନିଜର ଦେହତ୍ୟାଗ କରିଛି । ଏହି କୁକୁରର ମୃତ୍ୟୁର କାରଣ ହେଉଛି ହୃଦୟ ଭାଙ୍ଗିବା । ଆପଣ ତ ଶୁଣିଥିବେ ଯେ ମଣିଷଙ୍କର ପ୍ରେମରେ ହୃଦୟକୁ ଆଘାତ ମିଳିଥାଏ । କଷ୍ଟ ହୋଇଥାଏ । ମାତ୍ର କେବଳ ଭଲ ପାଇବା ମଣିଷ ମାନଙ୍କ ଠାରେ ସୀମିତ ନାହିଁ ବରଂ ଏହିପରି ଅନେକ ଉଦାହରଣ ଆଖି ସାମ୍ନାରେ ଆମେ ଦେଖିଆସିଛୁ ଯେ ଜୀବଜନ୍ତୁ ମଧ୍ୟ ଏହି ପ୍ରେମ ଓ ଆତ୍ମୀୟତା ଉପରେ ନିର୍ଭରଶୀଳ । କେବଳ ପ୍ରେମରେ ଅସଫଳ ହେଲେ ମଣିଷଙ୍କ ହୃଦୟ ଭାଙ୍ଗେନି ବରଂ ଜୀବଙ୍କର ମଧ୍ୟ ହୃଦୟ ଉପରେ ପ୍ରଭାବ ପକାଇଥାଏ କିଛି ହରାଇ ବସିଲେ । ଘଟଣା ହେଉଛି କୁକୁର ‘ବୁ’ର ମାଲିକଙ୍କ କହିବା ମୁତାବକ ୨୦୧୭ରେ ନିଜ ବନ୍ଧୁ ‘ବଡି’କୁ ହରାଇ ‘ବୁ’ କୁ ହୃଦୟ ସହ ଜଡିତ ଚିନ୍ତା ହେବାକୁ ଲାଗିଥିଲା ।


ମାଲିକ ଜଣକ ବୁ’ର ଫେସବୁକ ପେଜରେ କହିଛନ୍ତି ବୁ’ ନିଜ ବନ୍ଧୁ ‘ବଡି’କୁ ହରାଇଥିବାରୁ ମାନସିକ ଅବସାଦରେ ରହୁଥିଲା ।
ଏଠାରେ ଆମେ କହି ରଖୁଛୁ ବୁ’ ଇଂଟରନେଟର ସେନସେଶନ ଥିଲା । ଫେସବୁକରେ ଏହି କୁକୁରର ଦେଢ କୋଟିରୁ ଅଧିକ ଫଲୋର୍ସ ଅଛନ୍ତି । କେବଳ ସେତିକି ନୁହେଁ ଏହି କୁକୁର ଅନେକ ଥର ଟିଭିରେ ମଧ୍ୟ ନଜର ଆସିଛି । ଏହାବ୍ୟତୀତ ଏହି କୁକୁର ନାଁରେ ବହି ମଧ୍ୟ ଆସିଛି । ଯାହାର ନାଁ ରହିଛି ‘ବୁ- ଦ ଲାଇଫ ଅଫ ୱାର୍ଲ୍ଡ କ୍ୱିଟେଷ୍ଟ ଡଗ ।’

ରିପୋର୍ଟ ମୁତାବକ ବୁ’ ଶୋଇଥିବା ଅବସ୍ଥାରେ ହିଁ ଶନିବାର ରାତିରେ ମୃତ୍ୟୁବରଣ କରିଛି । ଏହି କୁକୁରର ମୃତ୍ୟୁରେ ନା କେବଳ ମାଲିକ ବରଂ ଫ୍ୟାନ୍ସମାନେ ମଧ୍ୟ ଦୁଃଖିତ । ବଡି’ ୧୪ବର୍ଷରେ ୨୦୧୭ରେ ମୃତ୍ୟୁବରଣ କରିଥିଲା । ଦୁହେଁ ୧୧ବର୍ଷ ଏକାଠି ଜୀବନ ବିତାଇଥିଲେ । ବୁ’ ଆମେରିକା ଏୟାରଲାଇନ୍ସର ଆମ୍ବାସାଡର ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More