Only for Entertainment

ଆଜି ବିଶ୍ୱ ପିତୃ ଦିବସ । ଚଳିବା ପାଇଁ ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ପିତାଙ୍କ ଠାରୁ ଅବା କିଏ ଭଲରେ ବୁଝାଇପାରିବ !

28

ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିଖେ ତେବେ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଚଳିବା ପାଇଁ ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ପିତାଙ୍କ ଠାରୁ ଅବା କିଏ ଭଲରେ ବୁଝାଇପାରିବ । ଅବଶ୍ୟ ମା’ ୧୦ ମାସ ୧୦ ଦିନ ଗର୍ଭରେ ଧରି ସନ୍ତାନକୁ ଜନ୍ମ ଦେଇଥାନ୍ତି । କିନ୍ତୁ ଜନ୍ମ ହେବା ପରେ ସନ୍ତାନର ପ୍ରତିଟି ପଦକ୍ଷେପରେ ଯାହାଙ୍କ ନଜର ରହିଥାଏ ସେ ହେଉଛନ୍ତି ପିତା ।

ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ତୋତ୍ର ,ସୁରକ୍ଷା କବଚ,ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା । କିନ୍ତୁ ଅଭିଭାବକଙ୍କ ମହିମା ବଖାଣିବାରେ ମା’ଙ୍କ ସ୍ଥାନ ପ୍ରଥମେ ନିଆ ଯାଉଥିବା ବେଳେ ବାପାଙ୍କ ନାମ ପଛରେ ରହିଯାଉଛି । କିନ୍ତୁ ଏଥିରେ ମଧ୍ୟ ବାପାଙ୍କ ତିଳେମାତ୍ର କ୍ଷୋଭ ନଥାଏ । ମା’ ଯେଉଁଠି ସନ୍ତାନର ଟିକେ କ୍ଷତରେ କାନ୍ଦି ନିଜ ଦୁଃଖ ଜାହିର କରିଦିଅନ୍ତି । ପିତା ନିଜ ମଧ୍ୟରେ ଦୁଃଖ ରଖିଲେ ମଧ୍ୟ ପରିବାରକୁ ସମ୍ଭାଳିବାକୁ ଯାଇ ଶକ୍ତର ପରିଚୟ ଦେଇଥାନ୍ତି ।

ଜୀବନକାଳ ମଧ୍ୟରେ ସନ୍ତାନର ଛାଇ ହୋଇ ରହିଥିବା ପିତାଙ୍କ ଯୋଗଦାନକୁ ସମ୍ମାନ ଦେବାକୁ ଯାଇ ପ୍ରତିବର୍ଷ ଜୁନ୍ ମାସର ତୃତୀୟ ରବିବାରକୁ ବିଶ୍ୱରେ “ବିଶ୍ୱ ପିତୃ ଦିବସ” ରୂପେ ପାଳନ କରାଯାଏ । ଚଳିତ ବର୍ଷ ୧୭ ଜୁନ୍ ଅର୍ଥାତ୍ ଆଜିର ଦିନରେ ସମ୍ପୁର୍ଣ୍ଣ ବିଶ୍ୱ ପିତୃ ଦିବସ ପାଳନ କରୁଛି । ପିତାଙ୍କ ବଳିଦାନର ଋଣ କେହି ବି ଶୁଝି ପାରିବେନି କିନ୍ତୁ ପିତାଙ୍କୁ ସମ୍ମାନର ଉପହାର ତ ଦେଇପାରିବେ । ଆଜି ଦୁନିଆର ସବୁ ପିତାଙ୍କ ପାଇଁ ଶ୍ରଦ୍ଧା ଓ ସମ୍ମାନର ଦିନଟିଏ। । ଇତ୍ୟ ଅବସରରେ ପିତୃ ଦିବସ ପାଇଁ ସମସ୍ତ ପିତାଙ୍କୁ କନକ ପରିବାର ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More