Only for Entertainment

ଜାଣନ୍ତୁ ବିଶ୍ୱର ସବୁଠୁ ବଡ ମନ୍ଦିର ବିଷୟରେ

cunoastelumea
0 44

ଆମେରିକାର ନ୍ୟୁଜର୍ସରେ ନିର୍ମାଣ ହୋଇଛି ଭାରତର ବାହାରେ ବିଶ୍ୱର ସବୁଠାରୁ ସବୁଠୁ ହିନ୍ଦୁ ମନ୍ଦିର ଯାହାର ଡିଜାଇନ ଏବଂ ମ୍ୟାନେଜମେଣ୍ଟ ଦାୟୀତ୍ୱ ନେଇଛି ସ୍ୱାମୀନାରାୟଣ ସଂସ୍ଥା । ଏହି ସମୁଦାୟର ବହୁ ମନ୍ଦିର ରହିଛି ସାରା ବିଶ୍ୱରେ । ମନ୍ଦିରରେ ଲାଗିଥିବା ପଥର ମଧ୍ୟରୁ ୧୩,୪୯୯ ଟି ପଥର ଭାରତରୁ ନ୍ୟୁଜର୍ସିକୁ ପଠାଯାଇଛି । ଏହି ମନ୍ଦିରଟି ରହିଛି ନ୍ୟୁଜର୍ସିର ରବିନ୍ସଭିଲେରେ ।

ଏକହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ମନ୍ଦିରର କ୍ଷେତ୍ରଫଳ ହିସାବରେ ବିଶ୍ୱର ସବୁଠାରୁ ବଡ ମନ୍ଦିର । ଯାହା ୧୬୨ ଏକର ପରିମିତ ଜମିରେ ରହିଛି । ଏହି ମନ୍ଦିରର ଲମ୍ବ ୧୩୪ ଫୁଟ ଏବଂ ଚଉଡା ୮୭ ଫୁଟ । ଏଥିରେ ରହିଛି ୧୦୦୮ଟି ପିଲାର ଏବଂ ତିନୋଟି ଗର୍ଭଗୃହ । ଏହାକୁ ଶିଳ୍ପଶାସ୍ତ୍ର ଅନୁସାରେ ହିଁ ତିଆରି କରାଯାଇଛି । ଏହି ମନ୍ଦିରରେ ଲାଗିଛି ୬୮ ହଜାର କ୍ୟୁବିକ ଫୁଟ ଇଟାଲିଆନ ମାର୍ବଲ । ମନ୍ଦିରର ଆର୍ଟିଷ୍ଟିକ ଡିଡାଇନ ପାଇଁ ୧୩,୪୯୯ ପଥରର ବ୍ୟବହାର କରାଯାଇଛି । ପଥରରେ ସମସ୍ତ ଡିଡାଇନ ହୋଇଛି ଭାରତରେ ଏବଂ ସେଗୁଡିକୁ ଜାହାଜରେ ହିଁ ନ୍ୟୁଜର୍ସି ପଠାଯାଇଛି । ଅନ୍ୟପଟେ ଭାରତର ସବୁଠୁ ବଡ ମନ୍ଦିର ରହିଛି ତାମିଲନାଡୁର ଶ୍ରୀରଙ୍ଗମରେ ଯାହା ନିର୍ମାଣ ହୋଇଛି ୧୫୬ ଏକର ପରିମିତ ଜମିରେ ଏବଂ ଏହି ମନ୍ଦିରଟି ହୋଉଛି ଶ୍ରୀ ରଙ୍ଗନାଥ ସ୍ୱାମୀ ମନ୍ଦିର ।

temple

ଆମେରିକାର ଜର୍ଣ୍ଣାଲିଷ୍ଟ ଷ୍ଟିଭ ଟ୍ରେଡର କୁହିଛନ୍ତି, ମନ୍ଦିରକୁ ପ୍ରବେଶ କରିବା ପରେ ତା’ର ଆଦ୍ଭୂତ କଳାକୃତିକୁ ଦେଖିବା ପରେ ସେଥିରୁ ମୁହଁ ଫେରାଇବା କଷ୍ଟକର । ସେ ଏହାପରେ ଲେଖିଛନ୍ତି, ମନ୍ଦିରର ଇଣ୍ଟେରିୟର ଏବଂ ଆଉଟର ଏଭଳି କାମ ହୋଇଛି ମନ୍ଦିରଟି ହଜାର ବର୍ଷ ରହିଲେ ବି ଭାଙ୍ଗିବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More