Only for Entertainment

ବିଶ୍ୱର ସବୁଠାରୁ ମହଙ୍ଗା ବର୍ଗର, ଦାମ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

Latestly
42

ବିଶ୍ୱର ସବୁଠାରୁ ମହଙ୍ଗା ବର୍ଗର ବିକ୍ରି ଆରମ୍ଭ ହୋଇଯାଇଛି । ଜୁନ୍‍ ମାସ ପର୍ଯ୍ୟନ୍ତ ଏହି ବିକ୍ରି ଚାଲିବ । ବର୍ଗର ମୂଲ୍ୟ ୬୩ ହଜାର ଟଙ୍କା ରହିଥିଲା ବେଳେ ଏହାର ନାମ ରହିଛି ଗୋଲଡେନ୍‍ ଜିଆଣ୍ଟ ବର୍ଗର ।

ଟୋକିଓର ଏକ ରେଷ୍ଟୁରାଣ୍ଟ ଏହି ବର୍ଗର ବିକ୍ରି କରୁଥିଲା ବେଳେ ଏଥିରେ କିଛି ସ୍ୱତନ୍ତ୍ର ସାମଗ୍ରୀର ବ୍ୟବହାର କରାଯାଉଛି । ଏହି ବର୍ଗରେ ବିଫ୍‍ ସ୍ଲାଇସ୍‍, ବଟର,ଟମାଟୋ ଓ ଅନ୍ୟ ସାମଗ୍ରି କରୁଥିଲା ବେଳେ ସବୁଠୁ ବଡ଼ କଥା ହେଉଛି ବ୍ୟବହୃତ ହେଉଥିବା ବନ୍‍ଟି ଡଷ୍ଟେଡ୍‍ ଗୋଲ୍ଡରେ ତିଆରି ।

large

ବର୍ଗରଟି ୬ ଇଞ୍ଚ ଚଉଡା ଏବଂ ୧୦ ଇଞ୍ଚ ଲମ୍ବା । ଜାପାନର କ୍ରାଉନ୍‍ ପ୍ରିନ୍ସ ନରୁହିତୋ ପଦଭାର ସମ୍ଭାଳିବା ଖୁସିରେ ଏହି ବର୍ଗର ତିଆରି କରାଯାଇଛି । ଜୁନ୍‍ ମାସ ପର୍ଯ୍ୟନ୍ତ ଏହା ବିକ୍ରି ହେବାକୁ ଥିଲାବେଳେ ଏହା କିଣିବାକୁ ହେଲେ ତିନି ଦିନ ପୂର୍ବରୁ ଆଡଭାନ୍ସ ଜମା ଦେବାକୁ ପଡିବ ।

ବର୍ଗର ବନାଉଥିବା ସେଫ୍‍ ପୋଟ୍ରିକ୍‍ କହିଛନ୍ତି ଯେ, ଜାପାନର ନୂଆ ରାଜା ପଦଭାର ନେବା ଖୁସିରେ ଆମେ ଏହାକୁ ପ୍ରସ୍ତୁତ କରିଛୁ । ଜୀବନରେ ଏଭଳି ମୁହୂର୍ତ୍ତ ଥରେ ହିଁ ଆସିଥାଏ । ତେଣୁ ଆମେ କିଛି ସ୍ୱତନ୍ତ୍ର କରିବାର ନିଷ୍ପତ୍ତି ନେଇଥିଲୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More