Only for Entertainment

ଦୁନିଆର ସବୁଠାରୁ ମହଙ୍ଗା ଆଳୁ ଚିପ୍ସ, ୪୦୦୦ରେ ମିଳୁଛି କେବଳ ୫ ଖଣ୍ଡ !

latestly
56

ସମସ୍ତଙ୍କୁ ଆଳୁ ଚିପ୍ସ ଖୁବ ପସନ୍ଦ । ପସନ୍ଦ ହେବ ନାହିଁ ବା କାହିଁକି ? ସ୍ନାକ୍ସ ଆଇଟମରେ ଆଳୁ ଚିପ୍ସର ସ୍ଥାନ ଆଉ କେହି ନେଇ ପାରିବେ ନାହିଁ । ଏହା ଏପରି ଏକ ଖାଇବା ଯାହାକୁ ଲୋକେ ଚା’ ସହିତ ହଉ ବା ଖାଲିରେ ହେଉ ଖାଇବାକୁ ଭଲ ପାଆନ୍ତି । ତେବେ ଆପଣ କେବେ ଦୁନିଆର ସବୁଠାରୁ ମହଙ୍ଗା ଆଳୁ ଚିପ୍ସ ବିଷୟରେ ଶୁଣିଛନ୍ତି କି ? ଯଦି ନାଁ ତେବେ ଆସନ୍ତୁ ଜାଣିବା ।

ସ୍ୱିଡେନର ଏକ ଆଳୁ ଚିପ୍ସ କମ୍ପାନୀ ରହିଛି । ଏହି କମ୍ପାନୀ ଆଳୁ ଚିପ୍ସ ପାଇଁ ବଜାରରେ ଖୁବ ପ୍ରସିଦ୍ଧ । ସେଣ୍ଟ ଏରିକ ନାମ କ ଏହି ସ୍ୱିଡିଶ ବ୍ରେବରୀ ଦୁନିଆର ସବୁଠାରୁ ମହଙ୍ଗା ଆଳୁ ଚିପ୍ସ ପ୍ରସ୍ତୁତ କରିଛନ୍ତି । ସବୁଠାରୁ ଖାସ କଥା ହେଉଛି ଏହି ଚିପ୍ସ ପ୍ୟାକେଟରେ କେବଳ ୫ ଖଣ୍ଡ ଚିପ୍ସ ରହୁଛି । ଏହାର ମୂଲ୍ୟ ୫୬ ଡଲାର ଅର୍ଥାତ ୪ ହଜାର ଟଙ୍କା । ଏହାର ଅର୍ଥ ଗୋଟିଏ ଚିପ୍ସର ଦାମ ପାଖାପାଖି ୮୦୦ ଟଙ୍କା ।

ଆପଣ ଭାବୁଥିବା ଏହି ଚିପ୍ସ ଏତେ ମହଙ୍ଗା କ’ଣ ପାଇଁ ? ଏହି ଚିପ୍ସର ପ୍ୟାକେଟ ଜୁଏଲରୀ ବକ୍ସ ପରି । ଏହି ବକ୍ସରେ ପାଂଚଟି ଭିନ୍ନ ଭିନ୍ନ କିଟ ରହିଛି । ଏହାର ପ୍ୟାକେଜିଂ ଦେଖିବା ପାଇଁ ଆପଣ କମ୍ପାନୀର ୱେବସାଇଟକୁ ଯାଇପାରିବେ ।

ସେଣ୍ଟ ଏରିକ୍ସ କମ୍ପାନୀର ବ୍ରାଣ୍ଡ ମ୍ୟାନେଜର ମାର୍କ ଏରିସଙ୍କ କହିବା ଅନୁସାରେ, ‘ଆମ କମ୍ପାନୀ ବିୟର ସହିତ ଏକ ବିଶେଷ ସ୍ନାକ୍ସ ପରୋସିବାକୁ ଚାହିଁଥିଲା ଯାହା ବିୟରର ଷ୍ଟାଟସକୁ ମ୍ୟାଚ କରୁଥିବ । ଆମେ ଖୁବ ପରିଶ୍ରମ କରି ଦୁନିଆର ସବୁଠାରୁ ମହଙ୍ଗା ଆଳୁ ଚିପ୍ସ ପ୍ରସ୍ତୁତ କଲୁ ।’ ଆପଣ ଭାବୁଥିବା ଏଥିରେ ଖାସ କ’ଣ ରହିଛି ? ଏହି ଚିପ୍ସ ନାର୍ଡିକରେ ଉପଲବ୍ଧ ହେଉଥିବା କିଛି ବିଶେଷ ମାମଗ୍ରୀକୁ ନେଇ ପ୍ରସ୍ତୁତ କରାଯାଇଛି । ସ୍ୱିଡେନର ରାଷ୍ଟ୍ରୀୟ ଟିମର ପ୍ରିତିଭାଶାଳୀ ଶେଫ ଏହି ଚିପ୍ସକୁ ପ୍ରସ୍ତୁତ କରିଛନ୍ତି ।

ଏହି ଚିପ୍ସ ମଟସୁଟସେକ ମଶରୁମ , ଟ୍ରୁଫେଲ ସିୱିଡ, ଇଣ୍ଡିଆ ପନଲେ ଏଲେ, କ୍ରିଉନ ଡ୍ରିଲ, ଲେକ୍ସ୍ୟାଣ୍ଡ ପିଆଜ ପରି ୫ଟି ଫ୍ଲେବରରେ ଉପଲବ୍ଧ । ସେଣ୍ଟ ଏରିକର ଅଫିସିଆଲ ୱେବସାଇଟ ଅନୁସାରେ ଏହି ଚିପ୍ସରୁ ଆସୁଥିବା ପଇସାରେ ଚ୍ୟାରେଟି କରାଯାଏ । କହିରଖୁଛୁ ଯେ, ଏହି ଚିପ୍ସର ମାତ୍ର ୧୦୦ ଟି ବକ୍ସ ପ୍ରସ୍ତୁତ କରାଯାଏ । ଏବେ ଏହାର ଷ୍ଟକ ବଜାରରେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More