Only for Entertainment

ଦୁନିଆର ସବୁଠାରୁ ଛୋଟ ଲ୍ୟାପଟପ, ନିର୍ମାଣ କରିବା ପାଇଁ ଲାଗିଥିଲା ୭ ଦିନ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା

Critical Hit
84

ଆପଣ ଦୁନିଆର ସବୁଠାରୁ ଛୋଟ ଲ୍ୟାପଟପ ଦେଖିଛନ୍ତି କି ? ଯଦି ଦେଖିନାହାଁନ୍ତି ତେବେ ଦେଖିନିଅନ୍ତୁ । ଦୁନିଆର ଏହି ଛୋଟ ଲ୍ୟାପଟପକୁ ନିର୍ମାଣ କରିବା ପାଇଁ ପାଖାପାଖି ୭ ଦିନ ଲାଗିଥିଲା ଏବଂ ଖର୍ଚ୍ଚ ହୋଇଥିଲା ୮୫ ଡଲାର ଅର୍ଥାତ ଛଅ ହଜାର ଟଙ୍କା ।

ପଲ କ୍ଲିଙ୍ଗର ନାମକ ଏହି ଆଇଟି ଇଂଜିନିଅର ଏହି ଛୋଟ ଲ୍ୟାପଟପର ନିର୍ମାଣ କରିଛନ୍ତି । ଏହାକୁ ଦୁନିଆର ସୁଠାରୁ ଛୋଟ ଲ୍ୟାପଟପ ବୋଲି କୁହାଯାଉଛି । ଏହି ନିଆରା ଲ୍ୟାପଟପର ସ୍କ୍ରିନ ମାତ୍ର ଏକ ଇଂଚ ଅଟେ ଏବଂ ଏହାର ଡିସପ୍ଲେ ୦.୯୬ ସେଣ୍ଟିମିଟର ଅଟେ । ଏହାକୁ ନିର୍ମାଣ କରିଥିବା ବ୍ୟକ୍ତି ଲେନୋଭୋର ଥିଙ୍କପ୍ୟାଡ ଅନୁସାରେ ଏହାର ନାମକୁ ‘ଥିଙ୍କ ଟିନୀ’ ରଖିଛନ୍ତି ।

ଦୁନିଆର ଏହି ଛୋଟ ଲ୍ୟାପଟପରେ ବଡ ଲ୍ୟାପଟପ ପରି ସବୁ ପ୍ରକାରର ବଟନ ରହିଛି । ଏହା ସହିତ ଲ୍ୟାପଟପରେ ୩୦୦ ଏମଏଏଚ ବ୍ୟାଟେରୀ ଲଗାଯାଇଛି । ଏହାକୁ ଚାର୍ଜ ମଧ୍ୟ କରିହେବ ।

ଏହି ମିନି ଲ୍ୟାପଟପର ସବୁଠାରୁ ଖାସ କଥା ହେଉଛି ଏଥିରେ ଗେମ ଖେଳାଯାଇପାରିବ । ସେଥିପାଇଁ କିପ୍ୟାଡ ମଝିରେ ଏକ ଲାଲ ରଙ୍ଗର ବଟନ ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More