Only for Entertainment

ପ୍ରଥମଥର ପାଇଁ ଧଡକର ଫେମ ଜାହ୍ନବୀଙ୍କୁ ଦେଖିବାକୁ ମିଳିଲା ରେଡ କାର୍ପେଟରେ !

aajtak
0 36

ଚଳଚ୍ଚିତ୍ର ଧଡକ ଜରିଆରେ ବଲିଉଡରେ ଏଂଟ୍ରି କରିଥିବା ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଗ୍ଲାମରସ୍ ଅନ୍ଦାଜ ନିକଟରେ ଭୋଗ୍ ବିୟୁଟି ଆୱାର୍ଡ ରେଡ୍ କାର୍ପେଟରେ ବି ଦେଖିବାକୁ ମିଳିଛି । ଏହି ଅବସରରେ ଜାହ୍ନବୀଙ୍କୁ ସିଲଭର୍ କଲର୍ ଗାଉନରେ ଦେଖିବାକୁ ମିଳିଥିଲା । ତେବେ ନାୟିକା ହେବା ପରେ ଜାହ୍ନବୀଙ୍କ ଏହା ପ୍ରଥମ ରେଡ କାର୍ପେଟ୍ ଲୁକ୍ ହୋଇଛି ।


ଏହି ଲୁକରେ ସେ ବେଶ ଗର୍ଜିଅସ ନଜର ଆସିଛନ୍ତି । ଏଥିରେ ତାଙ୍କୁ ଫ୍ରେଶ ଫେସ ଅଫ ଦ ଇୟର ଆୱାର୍ଡରେ ସମ୍ମାନରେ ସମ୍ମାନିତ କରାଯାଇଛି । ତେବେ ପ୍ରଥମ ଥର ନିଜ ମାଆଙ୍କ ବିନା ରେଡ୍ କାର୍ପେଟରେ ପହଁଚିଥିବାରୁ ନର୍ଭସ ଥିବା କହିଛନ୍ତି ଜାହ୍ନବୀ । ସେ ସବୁବେଳେ ନିଜ ମାଆ ସ୍ୱର୍ଗତ ଶ୍ରୀଦେବୀଙ୍କୁ ମନେ ପକାଉଥିବା କଥା ମଧ୍ୟ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More