Only for Entertainment

ଭାରତୀୟ ପାଏଲଟଙ୍କୁ ଛାଡ଼ିବା ପାଇଁ ଦାବି କଲେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀଙ୍କ ନାତୁଣୀ ।

amarujala
79

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଜୁଲ୍ଫିକାର ଅଲି ଭୁଟୋଙ୍କ ନାତୁଣୀ ଏବଂ ଲେଖିକା ଫାତିମା ଭୁଟୋ ବୁଧବାରକୁ ପାକିସ୍ତାନର ଇମ୍ରାନ ସରକାରଙ୍କୁ ଭାରତୀୟ ବାୟୁସେନାର ସେହି ପାଏଲଟଙ୍କୁ ଛାଡ଼ିବା ପାଇଁ ଦାବି କରିଛନ୍ତି ଯାହାଙ୍କୁ ବାୟୁସେନା ସଙ୍ଘର୍ଷ ପରେ ପାକିସ୍ତାନ ଧରିଛି ବୋଲି ଦାବି କରୁଛି । ପାଏଲଟ ଅଭିନନ୍ଦନଙ୍କୁ ସେହି ସମୟରେ ଧରା ହେଲା ଯେତେବେଳେ ସେ ମିଗ ୨୧ ବାଇମନ ବିମାନରୁ ସୁରକ୍ଷିତ ଭାବରେ ବାହାରି ଆସିଥିଲେ । କିନ୍ତୁ ସେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ପାକିସ୍ତାନରେ ପଡ଼ି ଯାଇଥିଲେ । ଭାରତ ଯେଉଁ ପାଏଲଟଙ୍କ ହଜି ଯାଇଥିବା କଥା କହିଥିଲା ସେ ହେଉଛନ୍ତି ସେହି ଅଭିନନ୍ଦନ ।

ପୂର୍ବ ପ୍ରଧାନମନ୍ତ୍ରୀ ଫାତିମା ଭୁଟୋ ଲେଖିଛନ୍ତିଯେ ମୁଁ ଏବଂ ଆମେ କେତେକ ପାକିସ୍ତାନୀ ଯୁବ ଗୋଷ୍ଠୀ ଚାହୁଁଛୁଯେ ଶାନ୍ତି,ମାନବତା ଏବଂ ପ୍ରତିଷ୍ଠାର ସହିତ ଭାରତୀୟ ପାଏଲଟଙ୍କୁ ଛାଡ଼ି ଦିଆଯାଉ । ଏହା ସହିତ ଫାତିମା ଲେଖିଛନ୍ତିଯେ ଆଶ୍ଚର୍ଯ୍ୟ ଲାଗୁଛିଯେ ଲୋକମାନେ କିଭଳି ମିଛ ଯୁଦ୍ଧର ଭିଡ଼ିଓ ପ୍ରଦର୍ଶନ କରି ଉପଭୋଗ କରୁଛନ୍ତି । ଏହା ସହିତ ଦେଶର ବିଭାଜନ ସମୟ ବିଷୟରେ ମଧ୍ୟ ଫାତିମା ଲେଖିଛନ୍ତି । ଏବଂ ଏହା କହିଛନ୍ତିଯେ ଦୁଇ ଦେଶ ପରମାଣୁ ଥିବା ଦୁଇଟି ଶକ୍ତିଶାଳୀ ଦେଶ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇସାରିଛି । ତେଣୁ ଆମେ ଶାନ୍ତି ଚାହୁଁଛୁ ।

ସୌଜନ୍ୟ amarujala
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More