Only for Entertainment

ଅଡୁଆରେ ଏବେ “ସଂସ୍କାରୀ ବାବୁ” ଆଲୋକ ନାଥ, ମହିଳା ପ୍ରଡ୍ୟୁସର ଲଗାଇଲେ ଦୁଷ୍କର୍ମର ସାଂଘାତିକ ଆରୋପ !

SLA News Planet
39

ତନୁଶ୍ରୀ ଦତ୍ତାଙ୍କ ପରେ ଏବେ ଧୀରେ ଧୀରେ ସମସ୍ତେ ସ୍ୱର ଉଠାଇବାରେ ଲାଗି ପଡିଛନ୍ତି । ନାନା ପାଟେକର, କୈଳାଶ ଖେର ଏବଂ ବିକାଶ ବହଲଙ୍କ ଉପରେ ଲାଗିଥିବା ଯୌନ ଶୋଷଣ ଏବଂ ହିଂସା ଆରୋପ ପରେ ଏବେ ରାଇଟର ଏବଂ ଫିଲ୍ମ ମେକର ବିଂଟା ନନ୍ଦା ଏବେ ଆଲୋକ ନାଥଙ୍କ ବିପକ୍ଷରେ ଯୌନ ଶୋଷଣର ଆରୋପ ଲଗାଇଛନ୍ତି ।

ବିଂଟା ଏକ ଲମ୍ବା ଚଉଡା ଫେସବୁକ ପୋଷ୍ଟ ଜରିଆରେ ଖୋଲା ଖୋଲି ଭାବେ ପବ୍ଲିକରେ ନିଜ ସହ ହୋଇଥବା ଘଟଣାକୁ ଶେୟାର କରିଛନ୍ତି । ବିଂଟା ଆଲୋକ ନାଥଙ୍କ ନାଁ ନ ଲେଖି ଲେଖିଛନ୍ତି ଯେ ସେ ତାଙ୍କ ସହ ଶାରୀରିକ ଦୁର୍ବ୍ୟବହାର କରିଛନ୍ତି , ଯେତେବେଳେ ସେ ୧୯୯୪ରେ ପ୍ରସିଦ୍ଧ ଶୋ’ ‘ତାରା’ରେ କାମ କରୁଥିଲେ ।’ ଏହାପରେ ଆଲୋକ ନାଥଙ୍କର ଏହା ଉପରେ ବୟାନ ସାମ୍ନାକୁ ଆସିଛି ।

ବିଂଟା ନା କେବଳ ନିଜ ବିଷୟରେ ଲେଖିଛନ୍ତି ବରଂ ସେ ସମୟରେସେହି ସିରିଅଲରେ ଥିବା ମୁଖ୍ୟ ଅଭିନେତ୍ରୀ ନବନୀତ ନିଶାନଙ୍କ ସହ ହୋଇଥିବା ଘଟଣା ବିଷୟ ମଧ୍ୟ ଉଠାଇଛନ୍ତି । ଯେଉଁଠାରେ ଏକ ସିନ ଜରିଆରେ ଆଲୋକ ନାଥ ସେଟରେ ମଦ ପିଇ ଆସିଥିଲେ ଏବଂ ଏହାପରେ ନବନୀତଙ୍କ ଉପରେ ପଡି ଯାଇଥିଲେ , ଏହାପରେ ନବନୀତ ତାଙ୍କୁ ଚାପୁଡା ମାରିଥିଲେ । ଯଦିଓ ବିଂଟା ଏହି ପୋଷ୍ଟରେ ସିଧାସଳଖ ଭାବେ ଆଲୋକଙ୍କ ନାଁ ଲେଖି ନଥିଲେ । ମାତ୍ର ଯେଉଁ ଶୋ’ କଥା କହି ଯେଉଁ ‘ସଂସ୍କାରୀ’ଶବ୍ଦ ବ୍ୟବହାର କରିଛନ୍ତି ।ସେଥିରୁ ପରିଷ୍କାର ଜଣା ପଡୁଛି ଯେ ସେ ଆଲୋକ ନାଥଙ୍କ ସମ୍ପର୍କରେ ହିଁ କହୁଛନ୍ତି ।

ଖବର ମୁତାବକ ଏହା ଜାଣିବା ପରେ ଯେତେବେଳେ ଆଲୋକ ନାଥଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ ଆଜିର ସମୟରେ ଯଦି କୌଣସି ମହିଳା ପୁରୁଷ ଉପରେ ଆରୋପ ଲଗାଉଛି ତେବେ ପୁରୁଷ ଏ ସମ୍ପର୍କରେ କିଛି କହିଲେ ମଧ୍ୟ କୌଣସି ଫାଇଦା ନାହିଁ । ସେ ବିଂଟାଙ୍କୁ ଭଲ ଭାବେ ଜାଣନ୍ତି । ଏହି ସମୟରେ ସେ ଚୁପ ରହିବା ହିଁ ଠିକ ବୋଲି କହିଛନ୍ତି ଆଲୋକ ନାଥ ।
ସେହିଭଳି ଏହି ଘଟଣା ସାମ୍ନାକୁ ଆସିଲା ପରେ ସିନେ ଆଣ୍ଡ ଟିଭି ଆସୋସିଏସନ ପକ୍ଷରୁ ଆଲୋକ ନାଥଙ୍କୁ କାରଣ ବତାଇବା ନୋଟିସ ପଠାଇବା ଲାଗି ପ୍ର୍ସ୍ତୁତି କରିଛନ୍ତି । ସିଂଟ।। ମେମ୍ବର ସୁଶାନ୍ତ ସିଂ ବିଂଟା ନନ୍ଦା ଭୂଲ ମାଗି ଏହି ମାମଲାରେ ତାଙ୍କୁ ସହଯୋଗ କରିବେ ବୋଲି ଭରଷା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More