Only for Entertainment

ୟାମୀ ଗୌତମଙ୍କ ହାତରେ ଲାଗିଲା ଆଉ ଏକ ଫିଲ୍ମ , ଆୟୁଷ୍ମାନ ଖୁରାନାଙ୍କ ପରେ ଏହି ଆକ୍ଟର ସହିତ ଆସିବେ ନଜର

google
34

ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ଖୁବ ଶୀଘ୍ର ଆୟୁଷ୍ମାନ ଖୁରାନାଙ୍କ ସହିତ ଫିଲ୍ମ ‘ବାଲା’ରେ ନଜର ଆସିବେ । ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି । ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା, ୟାମୀ ଗୌତମ ଏବଂ ଭୂମି ପେଡନେକର ଏକା ସହିତ ନଜର ଆସିବେ । ଇତି ମଧ୍ୟରେ ୟାମୀଙ୍କ ହାତରେ ଆଉ ଏକ ବଡ ପ୍ରୋଜେକ୍ଟ ଲାଗିଛି । ମେକର୍ସ ଏହାର ଅଫିସିଆଲ ଆନାଉନ୍ସମେଣ୍ଟ ମଧ୍ୟ କରିଦେଇଛନ୍ତି ।

ଏହି ନୂଆ ଫିଲ୍ମରେ ୟାମୀ ଗୌତମ ‘ଗୁଡ ନ୍ୟୁଜ’ ଷ୍ଟାର ଦିଲଜୀତ ଦୋସାଂଝାଙ୍କ ସହିତ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଅଜୀଜ ମିର୍ଜାଙ୍କ ପୁଅ ହାରୁନ । ହାରୁନ ଏହା ପୂର୍ବରୁ ପିତା ଅଜୀଜଙ୍କ ଫିଲ୍ମ ‘ରାଜୁ ବନ ଗୟା ଜେଣ୍ଟେଲମ୍ୟାନ’, ‘ୟେସ ବସ’ ଏବଂ ‘ପହେଲୀ’କୁ ଆସିଷ୍ଟ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ୟାମୀଙ୍କ ଏହି ନୂଆ ଫିଲ୍ମର ନାମ ଫାଇନାଲ ହୋଇ ନାହିଁ । ଫିଲ୍ମକୁ ପ୍ରଡ୍ୟୁସ କରିବେ ରେଶମ ତୋରାନୀ । ଫିଲ୍ମର ସ୍କ୍ରିପ୍ଟକୁ ପ୍ରସ୍ତୁତ କରିଛନ୍ତି ବିଭା ସିଂ ଏବଂ ଅରଶଦ ସୈୟଦ । ଫିଲ୍ମର ସୁଟିଂ ଅଗଷ୍ଟ ମାସରୁ ଆରମ୍ଭ ହେବ ।

ୟାମୀ ଗୌତମ, ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଭିକି ଡୋନର’ ସହିତ ବଲିଉଡରେ ପାଦ ରଖିଥିଲେ । ଏହା ପରେ ସେ ହ୍ରିତିକଙ୍କ ସହିତ ଫିଲ୍ମ କାବିଲରେ ନଜର ଆସିଥିଲେ । ଏହା ଫିଲ୍ମ ହିଟ ମଧ୍ୟ ହୋଇ ଥିଲା । ଏହା ପରେ ସେ ଉରୀ ଫିଲ୍ମରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More