Only for Entertainment

‘ରାଫ୍ତା ରାଫ୍ତା’ର ରିମେକ ଭର୍ସନରେ ପୁଣିଥରେ ନଜର ଆସିଲେ ଧର୍ମେନ୍ଦ୍ର, ରେଖା ଏବଂ ସଲମାନ ।

YouTube
0 44

ଧର୍ମା ପ୍ରଡକ୍ସନରେ ନିର୍ମିତ ଅଭିନେତା ଧର୍ମେନ୍ଦ୍ରଙ୍କ ‘ୟମଲା ପଗଲା ଦିୱାନା ଫିର ସେ’ର ନୂଆ ଗୀତ ‘ରାଫ୍ତା ରାଫ୍ତା’କୁ ରିଲିଜ କରାଯାଇଛି । ଗୀତରେ ଆପଣଙ୍କୁ ସବୁ କିଛି ଦେଖିବାକୁ ମିଳିବ । କମେଡି ଟାରୁ ଆରମ୍ଭ କରି ମସ୍ତି ପର୍ଯ୍ୟନ୍ତ ସବୁ କିଛି ଏହି ଗୀତରେ ଦଖିବାକୁ ମିଳିଛି ।
‘ରାଫ୍ତା ରାଫ୍ତା’ ଗୀତ ନୂଆ ଭର୍ସନରେ ଅନେକ ପୁରୁଣା ଗୀତର ରମେକ ଦେଖିବାକୁ ମିଳିଛି । ଗୀତରେ ଧର୍ମେନ୍ଦ୍ର, ସଲମାନ ଖାନ, ରେଖା, ସୋନାକ୍ଷୀ ସିହ୍ନା, ଶତୃଘ୍ନ ସିହ୍ନା, ବବି ଦେଏଲ ଏବଂ ସନି ଦେଓଲ ମସ୍ତି କରୁଥିବା ନଜର ଆସିଛନ୍ତି ।

କହିରଖୁଛୁ ଯେ ‘ରାଫ୍ତା ରାଫ୍ତା’ ଗୀତ ୧୯୭୩ରେ ରିଲିଜ ହୋଇଥିବା ‘କାହଣୀ କିସ୍ମତ କି’ର ସୁପରହିଟ ଗୀତ । ଏହି ଗୀତରେ ଧର୍ମେନ୍ଦ୍ର ଏବଂ ରେଖା ନଜର ଆସିଥିଲେ । ‘ରାଫ୍ତା ରାଫ୍ତା’ର ନୂଆ ଭର୍ସନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ଫିଲ୍ମ ‘ୟମଲା ପଗଲା ଦିୱାନା ଫିର ସେ’ ୩୧ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More