Only for Entertainment

ସଲମାନ ଖାନଙ୍କ ସହ ସୁପରହିଟ ରେଖା-ଧର୍ମେନ୍ଦ୍ରଙ୍କ ଠୁମକା, ୟୁଟ୍ୟୁବରେ ୨ୟସ୍ତରରେ ଟ୍ରେଣ୍ଡ କରିବାରେ ଲାଗିଛି !

youtube
0 27

ୟମଲା ପଗଲା ଦିୱାନା ଫିର ସେର ଟ୍ରେଲର ଆସୁ ଆସୁ ୟୁଟ୍ୟୁବରେ ମଚାଇଛି ଧମାଲ । ଟ୍ରେଲର ୧୦ଅଗଷ୍ଟରେ ରିଲିଜ ହୋଇଥିଲା ଯାହା ଏବେ ୟୁଟ୍ୟୁବର ଦ୍ୱିତୀୟ ସ୍ତରରେ ଟ୍ରେଣ୍ଡ ହେଉଛି । ବଲିଉଡ ଷ୍ଟାର୍ସମାନଙ୍କ ଦ୍ୱାରା ଭରି ରହିଥିବା ଏହି ଭିଡିଓ ଖୁବ ପସନ୍ଦ କରାଯାଉଛି । ଏହାକୁ ଏବେ ପର୍ଯ୍ୟନ୍ତ ୧.୧୫କୋଟି ଭ୍ୟୁ ହୋଇସାରିଲାଣି । ଫିଲ୍ମରେ ବାପା-ପୁଅଙ୍କ ଗଭୀର ସମ୍ପର୍କ ସହ ବଲିଉଡ ଦିଗଜ ଅଭିନେତା ଧମେନ୍ଦ୍ର, ସନି ଦେଓଲ ଏବଂ ବବି ଦେଓଲଙ୍କ ଖଟା ମିଠା ମୂହୁର୍ତ୍ତକୁ କମେଡି କରିବା ପାଇଁ ଆସୁଛନ୍ତି ।

ଏହି ଫିଲ୍ମ ୟମଲା ପଗଲା ଦିୱାନାର ଫ୍ରାଚାଇଜର ୩ୟ ଭାଗ ଅଟେ, ଏବଂ ଶୁଣିବାକୁ ମିଳୁଛି ଯେ ଏହା ସମସ୍ତ ପାର୍ଟ ଠାରୁ ଅଧିକ ଫନି ହେବ । ଟ୍ରେଲରରେ ମଧ୍ୟ ଅନେକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଟ୍ରେଲର ଦେଖିବା ମିଳିଛି ଗେଷ୍ଟ ଆପିୟରେନ୍ସରେ ନଜର ଆସିଛନ୍ତି ସଲମାନ ଖାନ, ରେଖା, ଶତୃଘ୍ନ ସିନ୍ହା ଏବଂ ତାଙ୍କ ଝିଅ ସୋନାକ୍ଷୀ ସିନ୍ହା । ଫିଲ୍ମର ସ୍ପେଶାଲ ସଙ୍ଗରେ ସମସ୍ତ କଳାକାରଙ୍କୁ ଜୋରଦାର ଠୁମକା ଲଗାଉଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More