Only for Entertainment

Yash Chopra Birth Anniversary: କିଙ୍ଗ ଅଫ ରୋମାନ୍ସ ବଲିଉଡକୁ ନା କେବଳ ଦେଇଛନ୍ତି ସୁପରହିଟ ଫିଲ୍ମ ବରଂ ଦେଇଛନ୍ତି ଅନେକ ସୁପରଷ୍ଟାର

Filmymantra
18

ଆଜି ଅର୍ଥାତ ୨୭ ସେପ୍ଟେମ୍ବର ହିନ୍ଦୀ ସିନେମାର କିଙ୍ଗ ଅଫ ରୋମାନ୍ସ ୟଶ ଚୋପ୍ରାଙ୍କ ଆଜି ଜନ୍ମଦିନ । ଆଜି ୟଶ ଚୋପ୍ରା ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କର ଫିଲ୍ମ ଦର୍ଶକଙ୍କ ହୃଦୟରେ ସବୁଦିନ ପାଇଁ ରହିବ । ୟଶ ଚୋପ୍ରା ହିନ୍ଦୀ ସିନେମାକୁ ନା କେବଳ ଭଲ ଫିଲ୍ମ ଦେଇଛନ୍ତି ତାହା ନୁହେଁ ବରଂ ଅନେକ ସୁପରଷ୍ଟାର ମଧ୍ୟ ଇଣ୍ଡଷ୍ଟ୍ରୀକୁ ଦେଇଛନ୍ତି । ୟଶ ଚୋପ୍ରାଙ୍କ ଫିଲ୍ମ ପାଇଁ ଅନେକ ସାଧାରଣ ନାମ ଆଜି ଷ୍ଟାର ହୋଇପାରିଛନ୍ତି । ଏହି ଷ୍ଟାର ମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ, ଶାହରୁଖ ଖାନ , ଶ୍ରୀଦେବୀ, ମାଧୁରୀ ଦୀକ୍ଷିତ ଏବଂ କାଜୋଲଙ୍କ ନାମ ରହିଛି । ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରେଚକ କଥା ।

  • ୟଶ ଚୋପ୍ରାଙ୍କ ଜନ୍ମ ୨୭ ସେପ୍ଟେମ୍ବର ୧୯୩୨ରେ ଲାହୋରରେ ହୋଇଥିଲା । ଏହା ପରେ ତାଙ୍କ ପରିବାର ୧୯୪୫ରେ ପଂଜାବର ଲୁଧିଆନା ଆସିଯାଇଥିଲେ ।
  • ୟଶ ଚୋପ୍ରା ଇଂଜିନିଅର ହେବା ପାଇଁ ଚାହୁଁଥିଲେ । ସେଥିପାଇଁ ସେ ଲଣ୍ଡନ ମଧ୍ୟ ଯିବାକୁ ଚାହୁଁଥିଲେ ।
  • କିନ୍ତୁ ସେ ପରେ ଫିଲ୍ମ ମେକିଂ ଆଡକୁ ଆକର୍ଷିତ ହୋଇଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ଧୁଲ କା ଫୁଲ । ଏହା ପରେ ସେ ୧୯୬୫ରେ ମଲ୍ଟିଷ୍ଟାରର ଫିଲ୍ମ ‘ୱକ୍ତ’ ନିର୍ମାଣ କରିଥିଲେ ।
  • ୧୯୭୫ରେ ରିଲିଜ ହୋଇଥିବା ଫିଲ୍ମ ଦୀବାରରେ ସେ ମହାନାୟକ ଅମିତାଭ ବଚ୍ଚନଙ୍କ ୟଙ୍ଗ୍ରି ୟଙ୍ଗ ମ୍ୟାନ ଚରିତ୍ରକୁ ମଜବୁତ କରିଥିଲେ । ଅମିତାଭ ବଚ୍ଚନ ୟଶ ଚୋପ୍ରାଙ୍କ ସହିତ ପାଂଚଟି ଫିଲ୍ମ ଦେଇଛନ୍ତି । ଦୀବାର, କଭି କଭି, ତ୍ରିଶୁଳ, କଳା ପଥର ଏବଂ ସଲସିଲା ।
  • ବଲିଉଡ ବାଦଶାହ ଶାହରୁଖ ଖାନ ୟଶ ଚୋପ୍ରାଙ୍କୁ ନିଜ ପିତା ମାନିଥାନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ଶାହରୁଖ ଖାନଙ୍କୁ ସ୍ଥାପିତ କରିବାର ଶ୍ରେୟ ମଧ୍ୟ ୟଶ ଚୋପ୍ରାଙ୍କୁ ଯାଉଛି । ୟଶ ଚୋପ୍ରା ଶାହରୁଖ ଖାନଙ୍କ ସହିତ ଡର, ଦିଲ ତୋ ପାଗଲ ହେ, ବୀର ଜାରା ଏବଂ ଜବ ତକ ହେ ଜାନ ପରି ସଫଳ ଫିଲ୍ମ ବଲିଉଡକୁ ଦେଇଛନ୍ତି ।
  • ହିନ୍ଦୀ ସିନେମାରେ ୟଶ ଚୋପ୍ରାଙ୍କ ଯୋଗଦାନ ପାଇଁ ତାଙ୍କୁ ୨୦୦୧ରେ ଭାରତର ସର୍ବୋଚ୍ଚ ସିନେମା ସମ୍ନାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ୨୦୦୫ରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନ ମଧ୍ୟ ପାଇଥିଲେ ।
  • ୟଶ ଚୋପ୍ରାଙ୍କୁ ସ୍ୱେଜରଲ୍ୟାଣ୍ଡ ଖୁବ ପସନ୍ଦ ଥିଲା । ସେଠାରେ ତାଙ୍କ ନାମରେ ଏକ ସଡକ ଏବଂ ଟ୍ରେନର ନାମ କରଣ କରାଯାଇଛି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More