Only for Entertainment

ପୁଣିଥରେ ସ୍କ୍ରିନରେ ଦେଖିବାକୁ ମିଳିବ ହ୍ରିତିକ ରୋଶନ ଓ ଟାଇଗର ଶ୍ରଫଙ୍କ ମଧ୍ୟରେ ୱାର, ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଆଣିବେ ସିକ୍ୱଲ

Deccan Chronicle
17

ନିକଟରେ ରିଲିଜ ହୋଇଥିବା ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ୱାରକୁ ଦର୍ଶକଙ୍କ ଜବରଦସ୍ତ ରେସ୍ପନ୍ସ ମିଳିଛି । ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ରିଲିଜ ପୂର୍ବରୁ ହିଁ କ୍ରେଜ ଦେଖିବାକୁ ମିଳିଥିଲା । ଫିଲ୍ମ ପ୍ରଥମ ଦିନରେ ୫୫ କୋଟି ଆୟ କରି ବକ୍ସ ଅଫିସରେ ଛାଇ ରହିଛି । ଏପରି ସ୍ଥିତିରେ ଆଶା କରାଯାଉଛି ଫିଲ୍ମର ମେକର୍ସ ଏହାସ ସିକ୍ୱଲ ଖୁବ ଶୀଘ୍ର ନେଇ ଆସିବେ । ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ମଧ୍ୟ ଇଶାରା କହି କହିଛନ୍ତି ଫିଲ୍ମର ଦ୍ୱିତୀୟ ପାର୍ଟ ଆସିପାରେ ।

ଏହି ଫିଲ୍ମ ୨୦୧୯ର ସବୁଠାରୁ ବଡ ଆକ୍ସନ ଡ୍ରାମା ଫିଲ୍ମ ପ୍ରମାଣିତ ହୋଇଛି । ଫିଲ୍ମ ପ୍ରଭାସଙ୍କ ଆକ୍ସନ ଫିଲ୍ମ ସାହୋକୁ ମଧ୍ୟ ଟକ୍କର ଦେଇଛି । ଫିଲ୍ମ ପ୍ରଥମ ଦିନର କଲେକ୍ସନକୁ ଦେଖିଲେ ଆଶା କରାଯାଉଛି ଯେ ଆଗକୁ ଫିଲ୍ମର କଲେକ୍ସନ ଆହୁରି ମଧ୍ୟ ବଢିପାରେ ।

ଫିଲ୍ମରେ ହ୍ରିତିକ ରୋଶନ ଓ ଟାଇଗର ଶ୍ରଫଙ୍କ ବ୍ୟତିତ ବାଣୀ କପୁର ମଧ୍ୟ ନଜର ଆସିଛନ୍ତି । ଫିଲ୍ମରେ ହ୍ରିତିକ ଗୁରୁ ଏବଂ ଟାଇଗରଙ୍କୁ ଶିଷ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମରେ ଦୁହିଁଙ୍କ ଜବରଦସ୍ତ ଆକ୍ଟିଂ, ଆକ୍ସନ ଏବଂ ଡ୍ୟାନ୍ସକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More