Only for Entertainment

ଇରଫାନ ଖାନ ଖୁବ ଶୀଘ୍ର ଆରମ୍ଭ କରିବେ ‘ହିନ୍ଦୀ ମିଡିୟମ୨’ ଫିଲ୍ମର ସୁଟିଂ !

Hindustan Times
30

ବିଗତ ମାର୍ଚ୍ଚ ମାସରେ ଇରଫାନ ଖାନ ନିଜ ସ୍ୱାସ୍ଥ୍ୟା ସମ୍ପର୍କରେ ଖବର ଦେଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ । ଏହି ଖବର ଶୁଣି ତାଙ୍କର ସମସ୍ତ ଫ୍ୟାନ୍ସଙ୍କ ମନରେ ଖୁବ ଆଘାତ ଲାଗିଥିଲା । କ୍ୟାନସରରେ ପୀଡିତ ଥିବା ଖବର ଦେଇ ଅପ୍ରେଲରେ ସେ ଲଣ୍ଡନ ଚାଲି ଯାଇଥିଲେ . ଯେଉଁଠି ତାଙ୍କ ଚିକିତ୍ସା ଜୋରସୋରରେ ଚାଲିଥିଲା । ଏହାମଧ୍ୟରେ କେବେ କେବେ ସୋସିଆଲ ମିଡିଆରେ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଶେୟାର କରିଥାଆନ୍ତି । କିନ୍ତୁ ଏବେ ଲାଗୁଛି ଯେ ସେ ଖୁବ ଶୀଘ୍ର ମୁମ୍ବାଇ ଫେରୁଛନ୍ତି । ୭ମାସ ପରେ ଇରଫାନ ଦେଶକୁ ଫେରିବେ, ତେବେ ନିଶ୍ଚୟ ଏହି ଖବର ଧମାଲ ମଚାଇବ ।

ସେ କେବଳ ମୁମ୍ବାଇ ଫେରୁଛନ୍ତି ଜାଣି ଯଦି ଆପଣ ଖୁସି ହେଉଛନ୍ତି ତେବେ ଚାଲନ୍ତୁ ଆମେ ଆପଣଙ୍କୁ ଆଉ ଏକ ଖୁସି ଖବର ବତାଇବୁ । ଇରଫାନ କେବଳ ମୁମ୍ବାଇ ଫେରୁ ନାହାନ୍ତି ସେ ମୁମ୍ବାଇ ଫେରି ‘ହିନ୍ଦୀ ମିଡିୟମ’ର ସିକ୍ୱେଲର ସୁଟିଂ ପାଇଁ ପ୍ରସ୍ତୁତିରେ ଅଛନ୍ତି ।
ଏହି ଫିଲ୍ମ ୨୦୧୭ରେ ହିଟ ହୋଇଥିଲା । ଏହାପରେ ଏହି ଫିଲ୍ମର ସିକ୍ୱେଲର ଚର୍ଚ୍ଚା ଜୋର ଧରିଥିଲା , ମାତ୍ର ଇରଫାନଙ୍କ ଶରୀର ଅସୁସ୍ଥ କାରଣରୁ ଏହି ସବୁରୁ ବ୍ରେକ ଲାଗିଥିଲା । ଏହି ଫିଲ୍ମ ଦିନେଶ ବିଜାନଙ୍କ ପ୍ରଡକ୍ସନରେ ପ୍ରସ୍ତୁତ କରାଯିବ । ଏହି ଫିଲ୍ମ ପୂର୍ବ ୧୦ବର୍ଷର କାହାଣୀ କହିବ ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ଅଭିନେତା ଖୁବ ଶୀଘ୍ର ‘ହିନ୍ଦୀ ମିଡିୟମ୨’ର ସୁଟିଂ ଆରମ୍ଭ ଡିସେମ୍ବରରେ କରିବେ । ଅସଲରେ ଫିଲ୍ମ ମେକର ଇରଫାନଙ୍କ ଶରୀର ସମ୍ପର୍କରେ ଜାଣିବା ଲାଗି ଲଣ୍ଡନ ଯାଇଥିଲେ, ସେଠାରେ ହିଁ ସେ ଫିଲ୍ମ ବିଷୟରେ କଥା ହେଇଥିଲେ । ଇରଫାନ ତାଙ୍କୁ ସେଠାରେ ଦେଖି ଖୁସି ହୋଇଥିଲେ ଏବଂ ଫିଲ୍ମ ପାଇଁ ହଁ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More