Only for Entertainment

ରିଲିଜ ହେବା ପୂର୍ବରୁ ଭାଇରାଲ ହେଲା ‘ୟେ ହୈ ମୋହବତେଁ’ ଆକ୍ଟରଙ୍କ ବେଡରୁମ ଭିଡ଼ିଓ ।

JANSATTA
0 67

ଟିଭି ଆକ୍ଟର ରିଭୁ ମେହରାଙ୍କୁ କରଣ ପଟେଲ ଏବଂ ଦିବ୍ୟାଙ୍କା ତ୍ରିପାଠୀଙ୍କ ସହିତ ‘ୟେ ହୈ ମୋହେବତେଁ’ ମେଗା ଧାରାବାହିକରେ ଦେଖିବାକୁ ମିଳିଥିଲା । ସେ ଶୋ’ରେ ନେଗେଟିଭ ଚରିତ୍ରରେ ନଜର ଆସିଥିଲେ । ଏବେ ସେ ଏକ ଭିଡ଼ିଓ କାରଣରୁ ଖୁବ ଚର୍ଚ୍ଚାରେ ରହିଛନ୍ତି ।

ବାସ୍ତବରେ ରିଭୁ ତାଙ୍କ ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ବେଡରୁମ ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓ ତାଙ୍କ ଅପକମିଂ ମ୍ୟୁଜିକ ଭିଡ଼ିଓର ଏକ ଭାଗ । ଭିଡ଼ିଓ ସେୟାର କରିବା ସମୟରେ ଆକ୍ଟର ଏକ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି,ଯେଉଁଥିରେ ଲେଖାଅଛିଯେ, ମେକିଂ ଅଫ ମ୍ୟୁଜିକ ଭିଡ଼ିଓ ରେ ପିୟା । ଖୁବଶୀଘ୍ର ରିଲିଜ ହେବ । ୧୫ ଘଂଟା ପୂର୍ବରୁ ଅପଲୋଡ ହୋଇଥିବା ଏହି ଭିଡ଼ିଓକୁ ୧୦୦୦ ଲାଇକ୍ସ ମିଳିସାରିଛି । ଏହା ସହିତ ରିଭୁଙ୍କ ଅଭିନୟକୁ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି ।


ଜି ମ୍ୟୁଜିକରେ ଖୁବଶୀଘ୍ର ଏହି ଭିଡ଼ିଓକୁ ରିଲିଜ କରାଯିବ । ରିଭୁଙ୍କ ସହିତ ଅଭିନେତ୍ରୀ ଓ ମଡେଲ ସ୍ନେହା ନମନନ୍ଦିନୀ ନଜର ଆସିବେ । ସ୍ନେହା ଏହା ପୂର୍ବରୁ ସଂଜୟ ଦତ୍ତଙ୍କ ଫିଲ୍ମ ‘ତୋଡ଼ବାଡ଼’ରେ ନଜର ଆସି ସାରିଛନ୍ତି ।
ସ୍ପଟବଏ ସହିତ କଥା ହେଉଥିବା ସମୟରେ ରିଭୁ କହିଛନ୍ତିଯେ ସୁଟିଂ ସମୟରେ ସ୍ନୋହଙ୍କ ସହିତ ତାଙ୍କର ଦେଖା ହୋଇଥିଲା ଏବଂ ଦୁଇଜଣଙ୍କୁ ପରସ୍ପର ବୁଝିବା ପାଇଁ ଖୁବ କମ ସମୟ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More